STORYMIRROR

Shatabdee Bal

Comedy

4  

Shatabdee Bal

Comedy

ଆଖିରେ ବାନ୍ଧିଛି କଳାପଟି

ଆଖିରେ ବାନ୍ଧିଛି କଳାପଟି

1 min
283

ଆଖିରେ ବାନ୍ଧିଛି କଳାପଟି

ଆଖିରେ ବାନ୍ଧିଛି କଳାପଟି

ଗାନ୍ଧାରୀ ହେବାର ଇଚ୍ଛା ନାହିଁ

ଜାଣିଶୁଣି ଆଜି ଅନ୍ଧ ହେଲି ।।


ଦୁର୍ନୀତି ବଢୁଛି ଘାଇ ଘାଇ

ଭୋକ ଉପାସରେ ଆଉଟୁ ପାଉଟୁ

ନ ଦେଖିବା ପାଇଁ ଆଖି ନାହିଁ ।।


ଲାଞ୍ଚ କାରବାର ଖୋଲା ଚାଲିଛି

ସୁଇଶି ବ୍ୟାଙ୍କରେ ଟଙ୍କା ରହୁଛି

କଳା ଧନ ଏଠି ଧଳା ହେଉଛି

ଆଖିରେ ମୋର ପଟି ପଡ଼ିଛି ।।


ସୁଧ ଲଗାଇଲେ ଟଙ୍କା ମିଳୁଛି

ନୋଟ ଦେଲେ ଏଠି ଭୋଟ ମିଳୁଛି

କେତେ ପ୍ରତିଶୃତି ପାଇଲା ପରେବି

ଜନ ଆନ୍ଦୋଳନ ମାଡି ଆସୁଛି ।।


ଗଦା ଗଦା ଏଠି ପ୍ରତିଶୃତି

ମାଳ ମାଳ ଏଠି ଫାଇଲ

ଜନ ସମୁଦ୍ର ରେ ପୂରିତ ଗଲାଣି

ସରକାରୀ ଚାକିରୀ ଘର ଖାଲି


ନ ଜାଣିଲା ପରି ଖାଲି ହେଉଛି

ଟେବୁଲ ତଳେ ଭୋଗ ନେଉଛି

ଯାହା ପଚାରିଲେ କହୁଛି ପରା

ଆଖିରେ ମୋର ପଟି ପଡ଼ିଛି ।।


ଚାକିରୀ ଏଠି ବିକ୍ରି ହେଉଛି

ବାହୁ ବଳରେ ଖେଳ ଚାଲିଛି

ଆଖିରେ ମୋର ପଟି ପଡ଼ିଛି

ଜାଣିଶୁଣି ଗାନ୍ଧାରୀ ହୋଇଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy