STORYMIRROR

Dr Baman Chandra Dixit

Abstract Others

4  

Dr Baman Chandra Dixit

Abstract Others

ଧର୍ମର ହେଉ ଜୟ

ଧର୍ମର ହେଉ ଜୟ

1 min
322

ମାନବ ହୃଦୟୁ ମମତା ମଲାଣି

ସେନେହ ଗଲାଣି ସରି

ଆଦର ଶରଧା ଦୟା ମାୟା ଅବା

ଗଲେଣି ସବୁ ପାଶୋରି।।


ପାପ ପଥେ ଲିପ୍ତ ପ୍ରାପ୍ତି ଅପର୍ଯ୍ୟାପ୍ତ

ଧନ ସନମାନ ତୃଷା

ଦିନୁ ଦିନ ଅତି ହେଉଛି ବିପତ୍ତି

ବଢ଼ି ବଢିଯାଏ ଆଶା ।।


ମଣିଷ ପିଉଛି ମଣିଷର ଲହୁ

ଲୁହ କୁ ପଚାରେ କିଏ

ଘର ର ମଣିଷ ଘର ଭେଦି ସାଜି

ଘରକୁ ଉଜାଡ଼ି ଦିଏ।।


ଦେଶ ମାତୃକାର ବିନାଶ ପାଞ୍ଚୁଛି

ଅର୍ଥ ଲୋଭେ ହୋଇ ବଶ

ଧିକ ଧିକ ତୋର ମଣିଷ ପାଣିଆ

ଶତ ଧିକ ତୋ ପୌରୁଷ।।


ହିନ୍ଦୁ ମୁସଲମାନ ଶୀଖ କି ଇସାଈ

ସଭିଙ୍କ ଭୂଇଁ ଭାରତ

ଜାତି ଧର୍ମ ବର୍ଣ୍ଣ ଥାଉ ଭିନ୍ନ ଭିନ୍ନ

ସଭିଏଁ ଯହିଁ ଏକତ୍ର।।


ଦ୍ଵେଷ ବିଦ୍ୱେଷର ବିଷ ବୋଳିବାକୁ

ପାପୀ ପଡୋଶୀ ର ମନ

ହେଜ ନିଜ ତେଜ ଉପଗତ ଆଜ

ଜାଗ୍ରତ ହେବାର ଦିନ।।


ହୁଉ ହୁଉ ଜଳେ ହୁତାସନ ଦେଖ

ଲେଲିହାନ ଶିଖା ତୋଳି

ଜଳୁଛି ରଷିଆ ଜଳେ ଇଉକ୍ରେନ

ଜଗତ ନଯାଉ ଜଳି।।


ଜାଣୁ ଏ ଜଗତ ଶୁଣନ୍ତୁ ସମସ୍ତ

ବିଶ୍ୱ ଶାନ୍ତିର ବାରତା

ଜାଗ୍ରତ କର ଦିବ୍ୟ ଚେତନାର

ସୃଜନକାରୀ ଭବ୍ୟତା।।


ଦେବଭୂମି ସାଜି ସମଗ୍ର ସଂସାରୁ

ଖଣ୍ଡିବାକୁ କ୍ଳେଶରାଶି

ସଂଜୀବନି ବାରି ସିଞ୍ଚି ବିଶ୍ୱଗୁରୁ

ବିନାଶ ତ୍ରାସ ଉଶ୍ୱାସୀ।।


ପ୍ରେମ ମୈତ୍ରୀ ବିଶ୍ୱଶାନ୍ତି ର ବାରତା

ବିତରି ପ୍ରୀତି ପ୍ରତ୍ୟୟ

ଧର୍ମର ହେଉ ଜୟ ଏ ଜଗତେ

ପାପଭାର ହେଉ କ୍ଷୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract