ଚିଲିକା ଜଳେ
ଚିଲିକା ଜଳେ
ଚିଲିକା ଜଳେ
ତଲେଇ ଲଗା ଡଙ୍ଗା କୁ ଚଳାଇ ଚଳାଇ
ଚିଲିକା ହ୍ରଦ ରେ ଦିନେ ଯାଉ ଯାଉ କାହିଁ ।
ଦିବା ଶେଷ ହୋଇ ହେଲା ସନ୍ଧ୍ୟା ଉପଗତ
ବହୁ ଦୂର ପଥ ଏବେ ଯିବାକୁ ହେବତ ।
ଢେଉ ଯୋଗୁଁ ନାଚି ନାଚି ଚାଲି ଥାଏ ନାଆ
ଭାସି ଆସେ ଧୀରେ ଧୀରେ ସୁଶୀତଲ ହାବା ।
ଚଢ଼େଇ ଗୁହାଦି ନାନା ପାହାଡ ପର୍ବତ
ଦିଶୁ ଥାଏ ମନୋହର ସୁଦୂର ଦିଗନ୍ତ ।
ଅପର ପାଖ ରେ କାଳୀ ଜାଇ ଙ୍କ ମନ୍ଦିର
ଭାବୁ ଥାଉ ମନେ ମନେ ଆହା କି ସୁନ୍ଦର ।
ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟ ମଣ୍ଡିତ ବେଶ
ମନଲୋଭା ଲାଗେ ପ୍ରାଣେ ଉଠଇ ପୁଲକ ।
ପବନ ରେ ଦୋହଲି ବଢେ ଆଗକୁ ନାଆ
ହସେ ଖିଲି ଖିଲି ପ୍ରକୃତି ଲୀଳା ଓ ଶୋଭା ।
ମନ ହୁଅଇ ଆତୁର ଗନ୍ତବ୍ୟ ସ୍ଥଳ ରେ
ପହଞ୍ଚିବା କେଉଁ ପରି ଶୀଘ୍ର ଆକାତ ରେ ।
ପ୍ରତି ଦିନ ଏଇ ହ୍ରଦ ରେ ଚାଲେ ଅନେକ ନାଆ
ସଭିଙ୍କୁ ସହାୟ ହୁଅନ୍ତି କାଳିଜାଇ ସେ ମାଆ ।
ପ୍ରତ୍ୟକ୍ଷ ଦେବୀ ସେ ଥାନ୍ତି ଚିଲିକା ମଧ୍ଯ ରେ
ବାଧା ବିଘ୍ନ , ସବୁ ଟଳେ ତାହାଙ୍କ କୃପା ରେ ।
