STORYMIRROR

Gargi Mishra

Abstract Inspirational Others

4  

Gargi Mishra

Abstract Inspirational Others

ବଳିଷ୍ଠ ବାର୍ତ୍ତା

ବଳିଷ୍ଠ ବାର୍ତ୍ତା

1 min
266



ନିମିତ୍ତମାତ୍ର ଏ ମାନବ

ଅହଙ୍କାରୀ ଅଟେ ଦାନବ ।


ମର୍ତ୍ତ୍ୟ ମଣ୍ଡଳରେ ଦେହ ବହି

ଯେ ପ୍ରାଣୀ ଜନ୍ମ ସେ ମରଇ ।


ଲୋଭ ମୋହ ମାୟା ସଂସାର 

ଦୁଃଖ ଜାତନାର ସମ୍ଭାର ।


କିଲୋଭ ଦରବ ସମ୍ପତ୍ତି

ଵିଧି ଡାକୁଥାଏ ବିପତ୍ତି ।


ମାନବିକତା ଓ ସୁକର୍ମ

ଅଟଇ ପରମ ଏଧର୍ମ ।


କଷ୍ଟକୁ କେବେହେଁ ନ ଡର 

ଧୀର ପାଣି କାଟେ ପଥର ।


ଦୁର୍ଭାଗ୍ୟେ ନହୁଅ ଅତିଷ୍ଠ 

କଥାଛୋଟ ବାର୍ତ୍ତା ବଳିଷ୍ଠ ।।



Rate this content
Log in

Similar oriya poem from Abstract