STORYMIRROR

Gargi Mishra

Abstract Classics Inspirational

3  

Gargi Mishra

Abstract Classics Inspirational

ବାପାମୋର

ବାପାମୋର

1 min
210

 


ଅସହାୟତାରେ

ଅଦୃଶ୍ୟ ଶକ୍ତି ଓ ଦମ୍ଭଟିଏ ହୋଇ

ମୋତେ ମା' ରେ କହି

ତୁମେ ସମ୍ମୁଖରେ ବିରାଜ

ଯେତେବେଳେ, ଲାଗେ

ତୁମ ଉପସ୍ଥିତି ହିଁ ମୋ ପାଇଁ ସବୁ

ମନର ଅଦୃଶ୍ୟ ମନ୍ଦିରରେ

ବିନା ମନ୍ତ୍ର,ଧୂପ, ଦୀପ, 

ନିରୋଳା ପବିତ୍ରତା ନେଇ

ପ୍ରତ୍ୟହ ପୂଜୁଥିବା ଭକ୍ତଟିଏ ମୁଁ

କରୁଣାରୂପକ ମୁଦ୍ରାରେ

ତୁମେ ଆଶିଷର ସୁଶୀତଳ ଛାୟାର

ନୈବେଦ୍ୟ ପ୍ରଦାନ କରୁଥିବା

ସେଇ ଅଟଳ ମହାଦ୍ରୁମ

କଞ୍ଜରେ ଯାର ବ୍ରହ୍ମ

ସ୍ଥାୟୀରୂପେ ସଦା ବିଦ୍ୟମାନ l

ସ୍ନେହର ମରୁଡିରେ ଛଟପଟ ସମାଜ

ରେଣୁ ରେଣୁରେ ଅବିଶ୍ୱାସ, ଘୃଣା

କଠୋରତାର ଆଉ ହିଂସା ଏକ ପାଖେ

ଆର ପାଖେ ଆଦର

ବିଶ୍ୱାସର,କରୁଣା ଓ ସ୍ନେହର ବାରିଧାରା

ମୋର ବାପା

ଜ୍ୱଳନ୍ତ ମରୁଭୂମି ମଝିଆ ମଝି ଏକ

ଝଙ୍କାଳିଆ ବରଗଛର ଗମ୍ଭୀରତା,

ଛାତିରେ ହିମାଳୟର ଧର୍ଯ୍ୟ

ଆଖିରେ ସ୍ନେହର ଅନନ୍ତ ସିନ୍ଧୁ

ନେଇ ଯାଜୁଲ୍ୟମାନ ସୂର୍ଯ୍ୟ ତୁମେ

ଆଶୀର୍ବାଦ କର

ବିନମ୍ର ଚିତ୍ତରେ ପ୍ରାର୍ଥନା ଜଣାଇ

ତୁମକୁ ପ୍ରତିଟି ଦିବସ ପ୍ରାରମ୍ଭେ l

ସମାଜ ଦେଖୁଥାଏ ସାଧାରଣ ମଣିଷଟିଏ ତ

ହେଲେ ମୋ ଲାଗି ସର୍ବଶକ୍ତିମାନ,

ସର୍ବବିଦ୍ୟମାନ, ସର୍ବଗୁଣସମ୍ପନ୍ନ କେବେହେଁ

ହାତ ନ ଛାଡିବାର ଭୀଷ୍ମ ପ୍ରତିଶୃତି

ବାପା

ତୁମେହି ତ ଏକମାତ୍ର ମୋର

ଜୀବନ୍ତ ଈଶ୍ୱର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract