STORYMIRROR

Gargi Mishra

Action Inspirational

4  

Gargi Mishra

Action Inspirational

ସବୁଜ ସମ୍ମୋହନ

ସବୁଜ ସମ୍ମୋହନ

1 min
7

ତରୁ, ଜୀବ ସମ୍ଭାରେ ସୁନ୍ଦର ଏ ଧରା,

ହରିତ ଶସ୍ୟକ୍ଷେତ୍ର ସେନେହ ପସରା,

ପୂରୁବ ଆକାଶେ ଯେବେ ସୁରୁଜଟି ଉଏଁ,

ସବୁଜ ସମ୍ମୋହନ ସଞ୍ଚରିତ ହୁଏ l

ବସନ୍ତରା ଠେକି ଆଉ କୁମାର ପୁର୍ଣିମା,

ପ୍ରାଙ୍ଗଣେ ତୁଳସୀ ହୃଦେ ରଚେ ସବୁଜିମା,

ମା' ପଣତ ଆଢୁଆଳେ ଶିଖାଟିଏ ବଞ୍ଚେ,

ମଉଳା ମନେ ଆଶାର ସବୁଜିମା ସିଞ୍ଚେ l

ସକାଳ ସଞ୍ଜରେ ବୃକ୍ଷ ଭରେ ପ୍ରାଣବାୟୁ,

ପାଛିଏ ଅମୃତ ତା' ବୃଦ୍ଧିକରେ ବଳଆୟୁ,

ସବୁଜରଙ୍ଗ ପ୍ରତୀକ ବୃଦ୍ଧି, ଉର୍ବରତା,

ଦର୍ଶାଏ ମୋ ଧ୍ୱଜା ରାଷ୍ଟ୍ରଭୂମି ପବିତ୍ରତା l

ଖରା, ବର୍ଷା, ଶୀତେ ସୁଜଳା ବିନ୍ୟାସ,

ମୃତ୍ତିକାରେ ପୁରେ ନବୀନ ଉନ୍ମେଷ,

ମୋ ମାଟି ମା'ର ଉଦାର ନୟନ,

ସ୍ନିଗ୍ଧ ସେ ସବୁଜ ପୂଣ୍ୟ ସମ୍ମୋହନ l



Rate this content
Log in

Similar oriya poem from Action