STORYMIRROR

Gargi Mishra

Abstract Romance Fantasy

4  

Gargi Mishra

Abstract Romance Fantasy

ନିରବ ପ୍ରତୀକ୍ଷା

ନିରବ ପ୍ରତୀକ୍ଷା

1 min
15


ବଡ଼ଦାଣ୍ଡ ଆଜି ବାହୁନି ଉଠୁଛି ଆସହେ ଜଗତନାଥ 


ମାଉସୀଘରକୁ ରଥେ ଯିବାଦିନୁ ଲକ୍ଷ୍ମୀ ଚାହିଁଛନ୍ତି ପଥ 


ଭାବର ବନ୍ଧନେ ଛନ୍ଦିହୋଇପଡ଼ କିବା ଏତେ ସମ୍ମୋହନ 


ରତ୍ନସିଂହାସନ ଶୂନ୍ୟ ଦିଶେ ପ୍ରଭୁ ଭକ୍ତ କରେ ଆବାହନ 


ଫେରି ଆସିବାର ପ୍ରତିଶୃତି ଦେଇ ବିରାଜିଲ ରଥପରେ 


ବାହୁଡ଼ିବ ବୋଲି , ଅଧମଙ୍କ ମେଳେ ହଜିଗଲକି ମାୟାରେ 


ଲୁଚି ଲୁଚି ମାଆ ରୋଦନ କରନ୍ତି ନଦେଖି ପାରି ପ୍ରଭୁଙ୍କୁ 


ଛାୟା ପରି ସଦା ପାଖେ ଥାଇ କିମ୍ପା ଚିନ୍ତିଲ ଯେ ନ ନେବାକୁ 


ବରଷକେ ଥରେ ସୁଭଦ୍ରାଙ୍କୁ ଆଣି ଉଭା କାଳିଆ ବଳିଆ 


ଗୁଣ୍ଡିଚା ମାଉସୀ ଖୋଲିତ ଦିଅନ୍ତି ସ୍ନେହ ମମତାର ପୁଡିଆ 


ଅଭିନୟ ହସ ହସୁଅଛ ତେଣେ ବନ୍ଧା ପଡିଅଛି ଜୀବନ 


ସଅଳ ଆସିବ କହି ରହିଅଛ ପ୍ରଭୁ ଦିଶୁନାହିଁ ଲକ୍ଷ୍ମୀରୋଦନ 


କାନିରେ ପୋଛାକୁ ଗେଲ୍ହା ହୋଇ କର ବିଳାସିତ ବିଚରଣ 


ଦୂର ଦିଗବଳୟ ଚାହିଁ ଚାହିଁ ମାଆ ଝୁରୁଛନ୍ତି ପ୍ରତିକ୍ଷଣ


ହେ ପ୍ରାଣ ବାନ୍ଧବ ତୋଳି ବଂଶୀସ୍ଵନ ପ୍ରୀତି ବାରି ସିଞ୍ଚିଦିଅ 


ହେ ଜଗତ କାରଣ ଆହେ ନାରାୟଣ ପ୍ରତୀକ୍ଷାରୁ ମୁକ୍ତିଦିଅ

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract