STORYMIRROR

Er. Prakash Majhi

Abstract Inspirational

3  

Er. Prakash Majhi

Abstract Inspirational

ଜଳଚକ୍ର ର ନାୟକ

ଜଳଚକ୍ର ର ନାୟକ

1 min
476

ଶୀତର କମ୍ପନ ହେମନ୍ତର ହିମ

ଶରତର ସରସତା

ବରଷା ଦୁନ୍ଦୁଭି ବସନ୍ତର ଲୀଳା

ନିଦାଘର ଉତ୍ତେଜତା। (୧)

ରୁକ୍ଷ ନିଦାଘର ବୈଶାଖୀ ପବନ

ଉତ୍ତଳା ପ୍ରବାହ ଦେଖି

ଅପସରି ଯାଏ ବସନ୍ତର ଲୀଳା

ଗ୍ରୀଷ୍ମ ଥାଏ ପାଦ ରଖି। (୨)

ପ୍ରଖର ଉତ୍ତାପ ଗ୍ରୀଷ୍ମ ବିଜେକରେ

ମହାଭୟଙ୍କର ରୂପେ

ପ୍ରାଣୀ ପୁଞ୍ଜ ମଧ୍ୟେ ବିକଳ ଛାଡଇ

ମିଳେ ନାହିଁ ନୀର ଟୋପେ। (୩)

ଗ୍ରୀଷ୍ମ ତା ପକ୍ଳୀଷ୍ଟ ଜନପ୍ରାଣୀ ପାଇଁ

ପକ୍ୱ ତରଭୁଜ ତାଳ

ବାସନା ଆଣଇ ଦିଗ ମହକଇ

ଚମ୍ପା, ମଲ୍ଲୀ, ପଦ୍ମଫୁଲ। (୪)

ନିଦାଘନିଘନ ଧରଣୀ ପାଳଇ

କେତେ ଆନନ୍ଦ ଉତ୍ସବ

ଚନ୍ଦନର ଯାତ୍ରା ଅକ୍ଷୟ ତୃତୀୟା

ବିଭା ପାର୍ବତୀ ଓ ଶିବ। (୫)

ଅସହ୍ୟ ଉତ୍ତାପ ସନ୍ତାପିତ ପ୍ରାଣୀ

ଗ୍ରୀଷ୍ମ ଭୀତିର ଦାୟକ

ପ୍ରୀତିର ଝରଣା ଅନ୍ତର ତଳେ ତା

ଜଳଚକ୍ରର ନାୟକ। (୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract