STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ଚଇତି ଛୁଆଁ

ଚଇତି ଛୁଆଁ

1 min
249

ସଜ ସଜ ଗ୍ରୀଷ୍ମର ଚେଙ୍କରେ

ଛଟପଟ ହୁଏ ଫଗୁଣର ଚମ୍ପାଫୁଲିଆ ଦେହଟା

ଚଇତିର ଚୋରା ସ୍ପର୍ଶରେ

ରୋମାଂଚିତ ହୁଏ ଦର ପାଚିଲା ଆମ୍ବ କୋଇଲି

ମତୁଆଲା ହୋଇ ପ୍ରୀତିଭରା ମଳୟ ନିଶାରେ।। 


ଛାତି ତଳେ ଆଉଟା ହୁଏ 

ବହୁ ରକମର ଭାବନାର ଭାଙ୍ଗ ମିଶା ପଣା

ଖରା ଚିତ୍ ହୋଇ ଶୋଇଯାଏ 

ଫୁଙ୍ଗୁଳା ଦଣ୍ଡା ମଝିରେ ତତଲା ଦୀର୍ଘଶ୍ବାସ ଛାଡ଼ି

ଆକାଶକୁ ଆହ୍ୱାନ ଦେଇ ଅଗ୍ନିର ଦ୍ଵନ୍ଦଯୁଦ୍ଧ ପାଇଁ।। 


ଉତ୍ସବ ମୁଖର ହୁଏ ଯୌବନର ଗାଁ ଦାଣ୍ଡ

ସ୍ୱପ୍ନର ଘୋଡ଼ାନାଚର ସୁରିଲା ଗୀତରେ

ଆଶା ପୁଷ୍କରିଣୀରେ ଲାଗିଯାଏ ଅଦିନିଆ ନିଆଁ

ଚେତନା ଘୁମାଏ କାହିଁ

ଦୁର କାନନର ଅନ୍ଧାରୀ ଛାଇରେ।। 


ଉଷ୍ମ ବଟପତ୍ରରେ କୋଇଲି ଆଣେ

କେଉଁ ଏକ ଦୂର ଜଙ୍ଗଲରେ ନିଆଁ ଲାଗିବାର ସମ୍ବାଦ ମାନସିକ ସବୁ ଜଳିଯାଏ 

ଡହଡହ ଜଳୁଥିବା ଅଙ୍ଗାର ନିଆଁରେ

ବିଶ୍ବାସ ନିଶ୍ବାସ ନିଏ ବଉଳଫୁଲର ସଞ୍ଜୁଆ ବାସରେ।।   


ଶାନ୍ତିରୁ ପ୍ରଗତିକୁ ଏ ବିବର୍ତ୍ତନରେ

ଚଇତିର ଛୁଆଁ ସାଜେ ଚନ୍ଦନର ଶୀତ ଆଲିଙ୍ଗନ ମଧ୍ୟାହ୍ନ ଧୂପ ଆଗରୁ ସଜ ହୁଏ

ଓଢଣୀ ତଳେ ହୁଲହୁଳିର ଆସର

ଚଲା ବାଟରେ ବି ବିଜେ ହୁଏ ଏକ ଦିବ୍ୟତ୍ୱର ଛଟା।


ପୁନଶ୍ଚ ପ୍ରାରମ୍ଭ ହୁଏ ନୂତନ ଯୁଗାବ୍ଦ 

ଆଉ ଏକ ଋରୁଚକ୍ରର ଉତ୍ସବ ମୁଖର ଉଦଘୋଷ ସେ ଅଣ ଲେଉଟା ଅମଡ଼ା ବାଟରେ

ବିଞ୍ଚି ହୁଏ ସୋରିଷ ଫୁଲର ପୀତ ସମ୍ଭାବନା

ଉତ୍ତର ଖୋଜୁ ଖୋଜୁ ବାଜିଯାଏ ସମୟର ଘଣ୍ଟି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract