Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Abstract Others

3  

Santosh Kumar Nayak

Abstract Others

ମାଆ ମଝିଘରିଆଣୀ

ମାଆ ମଝିଘରିଆଣୀ

1 min
207



ଓଡିଶା ପ୍ରଦେଶ ରାୟଗଡଠାରେ

ମଝିଘରିଆଣୀ ମାଆ,

ଅନାଦିକାଳରୁ ପାଉଅଛି ପୂଜା

ଜଗତେ ଖ୍ୟାତ ତା' ନାଆ ।

ଗୁପ୍ତବଂଶୀ ରାଜା ସମୁଦ୍ରଗୁପ୍ତ ଯେ

ଚତୁର୍ଥ ଶତାବ୍ଦୀ ବେଳେ,

ମହାକାନ୍ତାରକୁ ଆକ୍ରମଣ କଲେ

ସୈନ୍ୟସାମନ୍ତଙ୍କ ମେଳେ ।

ମହାକାନ୍ତାରର ରାଜା ଥରହର

କହେ ରକ୍ଷାକର ଦେବୀ,

ମାଆର ଦୟାରୁ ଜିଣିଲେ ସମର

ବ୍ୟାଘ୍ରରାଜ ଅନୁଭବୀ ।

ଶୀଳାବଂଶୀ ରାଜା ବିଶ୍ବନାଥ ଦେବ

କରିବାକୁ ମାତୃପୂଜା

ଗଢିଲେ ସୁନ୍ଦର ମନ୍ଦିରଟିଏ ଯେ

ଉଡିଲା ମାଆର ଧ୍ବଜା ।

ସମୟ ଆଘାତେ ଭାଙ୍ଗିଲା ମନ୍ଦିର

ରହିଲା ମୁରତି ଖାଲି,

କିଛି କାଳ ପାଇଁ ସନ୍ତାନ ସନ୍ତତି

ମାଆକୁ ଗଲେ ତ ଭୁଲି ।

ତହୁଁ ବିତିଗଲା ଅନେକ ଶତାବ୍ଦୀ

ପ୍ରତାପରୁଦ୍ରଙ୍କ ନାତି,

ରାଜବାଟୀ ମଧ୍ୟେ ବିଗ୍ରହକୁ ସ୍ଥାପି

ପୂଜାକଲେ ଦିନରାତି ।

ମଝିରେ ପାଇଲେ ପୂଜା ବୋଲି ମାଆ

ନାଆ ମଝିଘରିଆଣୀ,

ଯୁଆଡୁ ଗଣିଲେ ସାତଭଉଣୀରେ

ମାଆ ଯେ ମଝିଆରାଣୀ ।

ଆଜି ଗଢିଅଛି ବିଶାଳ ମନ୍ଦିର

ଭକତଙ୍କ ଭିଡ ନିତି,

ଡାକିଦେଲେ ଥରେ ମାଆ ଆହା କରେ

ବିପଦ ମାଡେନି କତି ।

ଦୁର୍ବିପାକ କ୍ଷୟ ମହାମାରୀ ଭୟ

ଆମକୁ ଲାଗେନି କିଛି,

ଯେତେ ଯାହା ହେଲେ ସାହା ହେବା ପାଇଁ

ମାଆ ଆମ ପାଖେ ଅଛି ।



Rate this content
Log in

Similar oriya poem from Abstract