STORYMIRROR

Santosh Kumar Nayak

Abstract Inspirational Others

3  

Santosh Kumar Nayak

Abstract Inspirational Others

ଉଦ୍ଧାର କରେ ଲୋ ମାଆ

ଉଦ୍ଧାର କରେ ଲୋ ମାଆ

1 min
167

ଦୁଇ ହାତ ଯୋଡି ଆକୁଳେ ଡାକଇ

ମରଣ ଆସୁଛି ପାଖେଇ ପାଖେଇ

ଉଦ୍ଧାର କରେ ଲୋ ମାଆ,

ବଇରୀ ଜାଣିନି ତୋହରି ମହିମା

ସବୁ ଦୋଷାଦୋଷ କରିଦେଇ କ୍ଷମା

ଆମକୁ ହୁଅ ତୁ ସାହା ।

ଦୂର ଦେଶୁଁ ଆସି କୋରୋନା ରାକ୍ଷସ

ସବୁରି ଓଠରୁ ଟାଣିନେଲା ହସ

ଚାରି ଆଡେ ଖାଆଁ ଖାଆଁ,

ନେଇ ମୋ ଭକତି ଦେଖା ତୋ ଶକତି

 ଦାନବ ହାତରୁ ଦେଏ ଲୋ ମୁକତି

ହସୁ ସହରଠୁଁ ଗାଆଁ।

ପୂର୍ବପରି ମିଳୁ ପୂର୍ଣ୍ଣ ସ୍ବାଧିନତା

ପରାଜୟ ଲଭୁ ଶତ୍ରୁ କଳୁଷତା

ଦେଖା ତୁ ନୂତନ ରାହା,

ଆଶୀର୍ବାଦ ତୋର ଟୀକା ରୂପ ନେଇ

ମରତ ଭୁଇଁରେ ଆସୁ ଲୋ ଓହ୍ଲାଇ

ଲିଭାଉ କୋରୋନା ନାଆଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract