STORYMIRROR

Gargi Mishra

Abstract Drama Inspirational

3  

Gargi Mishra

Abstract Drama Inspirational

ବଂଶୀ

ବଂଶୀ

1 min
158


କଣ୍ଟକିତ ପଥର ଯାତ୍ରୀଟିଏ

କେମିତି ଭୁଲିଯାଏ 

ଯାତ୍ରା ଜନିତ ସବୁ କ୍ଳେଶ, ଦୁଃଖ


ଫୁ କରି ଉଡାଇ ଦେଇପାରେ

କିଛି ଅନ୍ତରବିନ୍ଧା କଥା, ପୁରୁଣା ହିସାବ 

ବାକିଖାତାରେ ଲେଖାଥିବା

ଲୋକମାନଙ୍କ ନାଁ, ଗାଁ,ଠିକଣା

ସେମାନଙ୍କ ଦିଆ ଯାବତୀୟ ବ୍ୟଥା


ସମୟ ମହା ବଳବାନ l

ଧୀରେ ଧୀରେ ଭୁଲାଇ ଦେଇପାରେ

ସମୟ ସବୁକିଛି l


ଜଣଙ୍କ ଉପସ୍ଥିତି କିନ୍ତୁ 

ଭୁଲାଇଦେଇ ପାରେ ସମୟକୁ l

ପଡି ରହିଯାଏ ଯାହା 

ପବିତ୍ର ଗଙ୍ଗାର ସ୍ରୋତରେ ଧୌତ

 ନିଷ୍କଳଙ୍କ ଅମ୍ଳାନ ଧୋବ ଫରଫର ମନଟିଏ

ଯାହା ଯୋଗିନୀ ହୋଇ ଗାଉଥାଏ ଗୀତି 


ହେ ପାର୍ଥ,ହେ କେଶବ,ହେ ଯଜାତି

ହେ ପାର୍ଥ,ହେ କେଶବ,ହେ ଯଜାତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract