ଶିଶିରଭିଜା ସକାଳ
ଶିଶିରଭିଜା ସକାଳ
ଆଜି ପୁଣି କଥା ପଡିଥିଲା l
ମୁଁ ଆଉ ମୁଁ ଦୁହେଁ ବସି
ସାଙ୍ଗସୁଙ୍ଗା ହୋଇ ଦିଘଡି ଗପିଲୁ
ନିଜେ ନିଜେ ପୁଣି ଦୁଃଖ ବାଣ୍ଟିଲୁ,
ନିଜେ ନିଜେ ପୁଣି ଖୁସିହେଲୁ l
ମୁଁ କହିଲି ମୋ ଭିତରେ ଦେଖ କେତେ ସୁନ୍ଦର ବାସ୍ନା
ତରଙ୍ଗ ଖେଳୁଥିବା ଉନ୍ମାଦନା...
ମୁଠିଭିତରେ
ତୋ ଠାରୁ ଉଡିବା ଶିଖି ଏତେସବୁ ଦିଗବଳୟ
ଅତିକ୍ରମ କରି ଠାବ ପାଇଥିବା ଖୁସିର ଚାବିଲେନ୍ଥା
ମନଇନ୍ଦ୍ରଧନୁ ତୋରଣରେ ସଜା ,
ଶବ୍ଦରେ ତୋଳା ସୁଉଚ୍ଚ ଅଟ୍ଟାଳିକାର
ଆଜିର ଲଗ୍ନରେ ଥିଲା ଗୃହପୂଜନ
ଦେଖ ଏତେ ସବୁ ଶ୍ୱେତପଦ୍ମ ଢାଳିଦେଲେ
ଦେବାଦେବୀ, ଈଶ୍ୱର ଈଶ୍ୱରୀଗଣ
ମୋତେ ଶୁଭେଚ୍ଛା ବି ତୁ ଦେଲୁନି
କି ସମାଲୋଚନାବି କଲୁନି।
ଆସିବୁ ଆସିବୁ ବୋଲି ଆସିଲୁନାହିଁ
ପ୍ରତୀକ୍ଷାର ମୁହୂର୍ତ୍ତ ସରେନି l
ହେଲେ ଅସ୍ତିତ୍ବ ଆମର ଚିରସତ୍ୟ
ଯେମିତି ଛାଇ ଆଉ ଆଲୁଅ ପରି
ଚନ୍ଦ୍ର ଆଉ ସୂର୍ଯ୍ୟ ପରି,
ସ୍ୱର ଆଉ ନିରବତା ପରି
ଜଣେ ଥିଲେ ଆରକ ନାହିଁ l
ତୁ ଆଉ ମୁଁ ଜାଣୁ
ନାହିଁ ନାହିଁରେ ଅଛି ମାନଙ୍କ ଲମ୍ବା ସାରଣି
ତୁ ଯଦି ଥାନ୍ତୁ କଣ କ୍ଷତିହୋଇଥାନ୍ତାକି
ଲାଭ କଣ ହୋଇଥାନ୍ତା ହିସାବ ନିକାସରେ
ମୁଁ କେବେ ସମୟନଷ୍ଟ କରିନି l
ସୂର୍ଯ୍ୟ ଅଛି ବୋଲି ଚାନ୍ଦ ଚହଟେ
ଡରନାହିଁ...
ଜଣାଅଛି l ଯେତେ ଅନ୍ଧାର ହେଲେ ପାତାଳ
ରାସ୍ତା କେବେ ହୁଡ଼ିବନି ଜହ୍ନ
ପ୍ରତିଶୃତି ଦେଇଛି ସୁରୁଜ
ବଳେଆଣିବ ସାଥେ
ଶିଶିର ଭିଜା ଏକ ନୂଆ ସକାଳ ।।