ସ୍ଵାସ୍ଥ୍ୟ ଅଟଇ ଅମୂଲ୍ୟ ସମ୍ପଦ
ସ୍ଵାସ୍ଥ୍ୟ ଅଟଇ ଅମୂଲ୍ୟ ସମ୍ପଦ
ଆମ ଶରୀରର ନେବା ଯତନ ।
ସ୍ୱାସ୍ଥ୍ୟ ପ୍ରତି ଆମ ରହିବ ଧ୍ୟାନ ।।
ସ୍ଵାସ୍ଥ୍ୟ ଅଟଇ ଅମୂଲ୍ୟ ସମ୍ପଦ
ମଇଳା ଆବର୍ଜନା ପ୍ରତି ଦୂର ।
ପରିବେଶ ରଖ ସଫା ସୁତୁରା
ଆତ୍ମ ଜୀବନ ରହିବ ସୁରକ୍ଷା ।।
ଅସୁସ୍ଥ ଜୀବନ ବହୁ କଷଣ ।
ରୋଗୀ ଜୀବନ ଅଟେ ଦୁଃଖପୂର୍ଣ୍ଣ ।।
ଅନେକ ପୂଣ୍ୟବଳେ ପାଇଅଛ
ଏହି ଦୁର୍ଲ୍ଲଭ ମଣିଷ ଜୀବନ ।
ପ୍ରତି ଦିବସ ରହିବା ନିରୋଗ
ନିଜ ଜୀବନକୁ କରିବା ଧନ୍ୟ ।।
ସ୍ୱାସ୍ଥ୍ୟ ସମ୍ପଦ , ସ୍ୱାସ୍ଥ୍ୟ ହିଁ ଜୀବନ
ସମାଜକୁ କରିବା ସଚେତନ ।।