ଶୁଆ ଓ ଶାରୀ
ଶୁଆ ଓ ଶାରୀ
ଈଶ୍ୱରଙ୍କ ସୃଷ୍ଟିରୁ ଜନ୍ମ
ହୋଇଥିଲେ ଦୁଇ ବିହଙ୍ଗ ।
ଶୂନ୍ୟ ଆକାଶେ ବିତରଣ
କରୁଥାନ୍ତି ମେଲାଇ ଅଙ୍ଗ ।।
ଶୁଆ,ଶାରୀ ଦୁହିଁଙ୍କ ନାମ
ମନ ପ୍ରାଣ ଏକ ତାହାଙ୍କ ।
ନିର୍ଭୟେ ଭ୍ରମଣ କରନ୍ତି
ସନ୍ଧ୍ୟା ସମୟେ ଅବସ୍ଥାନ ।।
ପ୍ରତିଦିନ ପରି ଖାଦ୍ୟତ୍ୱ
ପାଇଁ ଆସନ୍ତି ଅନ୍ୱେଷଣ ।
ତାଙ୍କୁ ଦେଖି ମଣିଷ ଲୋଭୀ
ପିଞ୍ଜରାରେ ଦେଲା କଷଣ ।।
ଶାରୀ କହୁଅଛି ଶୁଣ ହେ
ତୁମେ ପ୍ରାଣନାଥ ମୋହର ।
କ୍ରୁରତାର ପଣକୁ ଆପଣାଇ
କି ଲାଭ ପାଉଅଛି ଜନ ।।
ଶୁଆ କହୁଅଛି ଶୁଣ ହେ
ଜୀବନ ସଙ୍ଗିନୀ ମୋହର ।
ଆମକୁ ବନ୍ଦୀ ଯେ ଜନ
ସେ କଷଣ ଭୋଗୀ ମରଣ ।।
ଆଜିଠାରୁ ନେବା ଶପଥ
ବିହଙ୍ଗଙ୍କୁ ନକରି ବନ୍ଦୀ ।
ଶୂନ୍ୟ ଆକାଶକୁ ମେଲାଇ
ପିଞ୍ଜରାରୁ ଦେବା ଉଡାଇ ।।