ମାନବର ଅମାନବିକତା
ମାନବର ଅମାନବିକତା


ସତରେ ମଣିଷ କ'ଣ ତାର
ମାନବିକତାକୁ ଭୁଲିଯାଉଛି ?
ଆଜି ସେ ନିଜର ପରିଚୟକୁ
କ'ଣ ବଦଳାଇ ଦେଇଛି ?
ମାନବର ଏମିତି ଅତ୍ୟାଚାରକୁ
ସହ୍ୟ କରିପାରୁନାହିଁ ପ୍ରକୃତି ,
ପ୍ରକୃତି କୋଳରେ ଖେଳିବଢି ଭୁଲିଯାଇଛି
ଅସହାୟ ହୋଇ ପଡିଛି ଆଜି ପ୍ରକୃତି ।
ସାରା ବିଶ୍ୱରେ ଆତଙ୍କର ଛାୟା
ମଣିଷ ଖେଳାଉ ଅଛି ,
କେତେ ଯେ ଘଟଣା କହି ହୁଏ ନାହିଁ
ଥରେ ଭାବି ଦେଖ ଆପେ ଯିବ ବୁଝି।
ଅମାନବୀୟ ବର୍ବରତା ଆଜି
ହୃଦୟ ଥରାଇ ଦେଇଛି ,
ଗର୍ଭବତୀ ମାଆ ହାତୀକୁ ଖାଇବା ଫଳରେ
ବାଣ ପୁରାଇ ମା ଓ ସନ୍ତାନକୁ ମାରିଦେଇଛି ।
ମାନିବାରୁ ଆମେ ମାନବ
ଭୁଲିଯାଉଛୁ କି ମଣିଷ ଭାଇ
ମାଆ ହାତୀ ଓ ଶୈଶବ ଶିଶୁକୁ ମାରି
ଏ କି ପରିଚୟ ଦେଲୁ ଭାଇ ।
ପ୍ରକୃତି କୁ ଆମେ ଯେମିତି ଦେଖିବା
ପ୍ରକୃତି ଆମକୁ ସେମିତି ଦେଖିବ ।
ହସରେ ରୁହ ଖୁସିରେ ରୁହ ହେଲେ
କାହାର ଜୀବନ ଉପରେ ଖେଳ ନାହିଁ
ହେ ମଣିଷ ଭାଇ, ନିଜର
ମଣିଷ ପଣିଆକୁ ଭୁଲିଯାଆ ନାହିଁ ।।