ଚିର ପୂଜ୍ୟ ମନୋଜ ଦାସ
ଚିର ପୂଜ୍ୟ ମନୋଜ ଦାସ


ଓଡ଼ିଆ ସାହିତ୍ୟ ଆକାଶେ ଉଜ୍ବଳ
ପ୍ରତିଭାତ ଧ୍ରୁବ ତାରା
କୋଟି ଆୟୁଷ ଯେ ଅରଜି ଦେଇଛ
ଅମଳିନ ଜ୍ୟୋତିଭରା |
ତୁମରି ଲେଖନୀ ଓଡ଼ିଆ ସାହିତ୍ୟେ
ଦେଲା ନୂଆ ରୂପରେଖ
ତୁମରି ସୃଜନୀ ବିଶ୍ୱେ ଚିହ୍ନାଇଲା
ଓଡ଼ିଶାର ନୂଆ ମୁଖ |
ନବ ଓଡ଼ିଶାର ସୁଯୋଗ୍ୟ ସନ୍ତାନ
ଗର୍ବିତ ସେ ତୁମପାଇଁ
ଯୁଗ ଯୁଗ ପାଇଁ ପୂଣ୍ୟ ତା କୋଳ
ତୁମପରି ପୁଅ ପାଇ |
ସାରା ଭାରତର ଅମ୍ଲାନ ପ୍ରଦୀପ
ଜଳିଛ ଯେ ଜ୍ୟୋତି ଦେଇ
ତୁମରି ଆଲୋକ ବିଶ୍ୱେ ଖେଳିଛି
ଓଡ଼ିଶାର ଯଶ ଗାଇ |
କେତେ ଯେ କାହାଣୀ କେତେ ଉପନ୍ୟାସ
ତୁମ ଲେଖନୀରୁ ସୃଷ୍ଟ
ସବୁ କାଳଜୟୀ ଅମର ସୃଜନୀ
ଦେଖାଏ ନୂଆ ଦିଗନ୍ତ |
ଧନ୍ୟ ତୁମ ପିତା ଧନ୍ୟ ତୁମ ମାତା
ତୁମକୁ ଜନମ ଦେଇ
ଧନ୍ୟ ତୁମ ଗାଆଁ ନାମ ଯେ ଶଙ୍ଖାରି
ବାଲେଶ୍ୱର ଭୋଗରାଇ |
ଦେହ ସିନା ଛାଡି ଚାଲିଗଲ ତୁମେ
ବଞ୍ଚିବ ଓଡ଼ିଆ ମନେ
ଘେନ ଶ୍ରଦ୍ଧାଞ୍ଜଳୀ ହେ ପୂଜ୍ୟ ମନୋଜ
ତୁମ ରୂପ ଗୁଣୀ ଗୁଣେ |