STORYMIRROR

Nrusingha Narayan Tripathy

Inspirational Others

3  

Nrusingha Narayan Tripathy

Inspirational Others

ସେବା

ସେବା

1 min
216


ସେବା କର୍ମ ମାନ ସଂସାରେ ମହାନ

ସେବୀ ପାଅ ପୁଣ୍ୟଫଳ

ମାନବର ସେବା ମାଧବର ସେବା

ବ୍ରତରେ ସଦା ମଙ୍ଗଳ l


ପିତୃ ମାତୃ ମୋର ପ୍ରଥମ ଈଶ୍ୱର

ସେବା କର ନିରନ୍ତର

ସେବା ନିଃସ୍ଵାର୍ଥର କର୍ମ ସେବକର

ପୂଜାରୀ ହୁଅ ସତ୍ୟର l


ମୋର ପରିବାର ସୁନ୍ଦର ସଂସାର

ଅଟେସେ ସରଗ ପୁର

ପରିବାର ସେବା ପାଇଁ ମନ ଦେବା

ନ ରଖି ମନେ ବିକାର l


ବିପଦେ ଆପଦେ ପୁଣି ଯେ ସମ୍ପଦେ

ସେବାଯେ ପରୋପକାର

ସେବା ବନ୍ଧୁତ୍ୱର ହେବ ସୃଦୁଢର

ଅଭୁଲା ସେ ସମ୍ପର୍କର l


ସମାଜର ସେବା  ମନ ପ୍ରାଣ ଦେବା

ମହାନ ଆମ ସଂସ୍କୃତି

ଶିକ୍ଷାରେ ସ୍ୱାସ୍ଥ୍ୟରେ ନ୍ୟାୟ ମାଗଣାରେ

ସେବା କର ଭୁଲି ଜାତି l


ସେବା ସନ୍ତାନର ଅଟେ ଅଧିକାର

ପିତା ମାତା ବାରେ ଜାଣ

ସୁଯୋଗ୍ୟ ସନ୍ତାନ ଗଢିବାରେ ଧ୍ୟାନ 

କର୍ତ୍ତବ୍ୟରେ ଦିଅ ମନ l


ଦେଶ ଜାତି ସେବା ପାଇଁ ବ୍ରତୀ ହେଵା

ଜନ୍ମ ଭୂମି ମୋର ମାତା 

ସେବାରେ ତାହାର ଲକ୍ଷ୍ୟ ଜୀବନର

ପ୍ରଗତିରେ ଜାତୀୟତା l


ସେବା ବଡ଼ ଗୁଣ କର୍ମେ ନିୟୋଜନ

ଖୁସି ହେବେ ଭଗବାନ

କର୍ତ୍ତବ୍ୟରେ ମନ ମିଳିବ ସମ୍ମାନ

ସେବା ଧର୍ମେ ବିତୁ ଦିନ ।


Rate this content
Log in

Similar oriya poem from Inspirational