Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Inspirational Others

3  

Satyanarayan Sahoo

Inspirational Others

ସ୍ବଚ୍ଛ ଭାରତ ଅଭିଯାନ

ସ୍ବଚ୍ଛ ଭାରତ ଅଭିଯାନ

1 min
223



ଆହା କି ସୁନ୍ଦର ଶାନ୍ତ କମନୀୟ 

 ଥିଲା ଆମ ପରିବେଶ

ବିଜ୍ଞାନର ଉଦ୍ଭାବନ ଆବିଷ୍କାର  

ପ୍ରକୁତିକୁ କରେ ଧ୍ବଂଶ ।


ଶାନ୍ତ ‐ନମନୀୟ ଚାରୁ ‐କମନୀୟ

ସ୍ଥାନ ସକଳ ଦୂଷିତ

କରି ନିତି ଏବେ ଅରପିଛି ସୂହୁ 

ବହୁ ବିଷାକ୍ତ ପଦାର୍ଥ ।


ଯାହାର ପ୍ରଭାବେ ଉଦ୍ଭିଦ ଓ ଜୀବେ

ସହନ୍ତି ଦୁଃସହ ଦାଉ

ପ୍ରାକୁତିକ ଦ୍ରବ ବସ୍ତୁ ଓ ପଦାର୍ଥ 

ପକ୍ଷେ କ୍ଷତି କାରୀ ସବୁ ।


ଜିନିଷ ପତ୍ରକୁ ମଣିଷ ଫିଙ୍ଗଇ

ଏଣେ ତେଣେ ନାନା ସ୍ଥାନେ

କାରକ ସେ ହୁଏ ନିଶ୍ଚିତ ରେ ଦିନେ

ପରିବେଶ ପ୍ରଦୂଷଣେ ।


  କୁତ୍ରିମ ପଦାର୍ଥ ପ୍ଲାଷ୍ଟିକ ଧାତବ 

ପଲିଥିନ ଯେ ଇତ୍ଯାଦି

ବହୁ ହାନୀକର  ପରିବେଶ ପାଇଁ 

ଏଠି ସେଠି ତାହା ପଡି ।


ମାଟିରେ ପଡି କି ପୋତି ହୋଇ ଯାଏ 

କ୍ଷୟ ନ ହୁଏ ଯା' କେବେ

ଆବର୍ଯନା ମଧ୍ଯେ ନିମ୍ନି କରଣର

ତାହା ଯେ ଅଯୋଗ୍ଯ ଭାବେ ।


ରହି ଯାଇ ନିତି କରେ ବହୁ କ୍ଷତି

ପରିବେଶ ପ୍ରଦୂଷଣ  

ପ୍ରଧାନ କାରକ ଜୀବଙ୍କ ମାରକ

ପାଇଁ ହୁଅଇ କାରଣ ।


ବହୁ ଲକ୍ଷ ବର୍ଷ ପର୍ଯ୍ଯନ୍ତ ରହଇ 

ମାଟିରେ ତାହା ନମିଶେ

ସଂପୂର୍ଣ୍ଣ କ୍ଷୟ ବା ଲୋପ ପାଇବାକୁ

ଲାଗେ ଅଶେଷ ବରଷେ ।


 ସେହି ପରି ମାରାତ୍ମକ ଦ୍ରବ୍ଯମାନ

ହୁଅଇ ପୁନଃ ଚକ୍ରଣ

ତାହାକୁ ସଂଗ୍ରହ କରି ନୂଆ ଦ୍ରବ୍ଯ

ହୋଇ ପାରେ ଉତ୍ପାଦନ ।


ତାହା ପାଇଁ ଏବେ ଜନେ ଯେ ସରବେ

 ହୋଇ ଲେଣି ସଚେତନ

ଦୂଷିତ ଦରବ ସଂଗ୍ରହ କରିବା 

ପାଇଁ ସ୍ବଚ୍ଛ ଅଭିଯାନ ।


ନାମକ ଯୋଜନା ଭାରତ ସର୍କାର

କରିଛନ୍ତି ଶୁଭାରମ୍ଭ

 ପରିବେଶ ହାନୀ କାରକ ବସ୍ତୁର 

ସଂଗ୍ରହେ ସଭିଏଁ ଦମ୍ଭ ।


ଧରି ନାନା ସ୍ଥାନେ ତାଡି ତାହା କାଢି 

 ପଠାନ୍ତି ପୁନଃ ‐ଚକ୍ରଣେ

ବୈଦ୍ଯୁତିକ ଯନ୍ତ୍ରପାତୀ ମାନ ଯେତେ 

 ଫୋପାଡି ଦିଅନ୍ତି ଜନେ ।


ତଥି ସଙ୍ଗେ କେତେ ଅନ୍ଯାନ୍ଯ ଅନେକ

 ବିଷାକ୍ତ ଜିନିଷ ମାନ

ମାଟି ଖୋଳି କାଢି ସଂଗ୍ରହ କରିବା  

ରଖିବା ବିଶୁଦ୍ଧ ସ୍ଥାନ ।


ତାହା ହେତୁ ଜନେ ରୋଗରେ ପଡନ୍ତି  

ପଶୁ ପକ୍ଷୀଙ୍କ ଆହାର

ହୋଇ ତାହା ପୁଣି ରଚେ ଏଣି ତେଣି  

ଜୀବ ମଡକ ଅପାର  ।


ପ୍ଲାଷ୍ଟିକ  ପଲିଥିନ ସବୁ ଅନଟନ  

ର ଅଟେ ମୂଳ କାରଣ

 ଏଥି ପାଇଁ ଆସ ହେବା ସେଥି ପ୍ରତି 

 ଜନେ ସର୍ବେ ସଚେତନ ।


ନ ହେଲେ ଋଚିର   ପରିବେଶ ଆମ

 ହୋଇ ଯିବ ବେଗେ ଲୋପ

ନେଡି ଗୁଡ ବହି କହୁଣୀ କି ଗଲେ 

 ଅବସ୍ଥା ହେବ ଖରାପ ।




Rate this content
Log in

Similar oriya poem from Inspirational