Nilamani Thapa

Inspirational Others

3  

Nilamani Thapa

Inspirational Others

ଷଡରସ ଉପକାରିତା

ଷଡରସ ଉପକାରିତା

1 min
115



ଦିଗନ୍ତ ବିସ୍ତାର          ହୋଇ ରତ୍ନା କର

         କ୍ଷର ରସ ତ୍ରୋୟ ଧରି

ପିଅନ୍ତି ନି କେହି   ତା ହାତ ଅଲୋଡା

        ଶୋଷ ମରେନି କାହାରି ।


କଇଁଆ ସ୍ବରର         ଖଟ୍ଟା ଲିଆ ରସ

        ତା' ଉପରେ ଥାଏ ଧ୍ଯାନ

ସେଥିରେ ତିଆରି       ଆଚାର ଖାଇବା

        ବେଳେ ହୋଇ ଥାଏ ମନ ।


କଳରା ଆମର          ପରିବା ଅଟଇ

        ତାହା ପିତା ରସ ଯୁକ୍ତ

ନିତି ପ୍ରତି ତାହା          ଖାଉ ଥିବ ଯଦି

       ସଫା ହୋଇଯିବ ରକ୍ତ ।


ମଧୁମେହ ରୋଗୀ      ତାହାକୁ ଖାଇଲେ

        ରୋଗ ନିବାରଣ ହୁଏ

ଲୋକ ମୁଖୁଁ ଏହା       ଦିନ ପ୍ରତି ଦିନ

        ଏ କଥାଟି ଶୁଣା ଯାଏ ।


ଫଳର ମଧ୍ୟରେ        କଇଥ ଓ ଜାଣୁ

        ତାର ରସ କସାଲିଆ

ଖାଦ୍ୟ ସଙ୍ଗେ କିଛି     ଏରସ ଘେନିଲେ

        ସ୍ବାସ୍ଥ୍ଯ ରହଇ ବଢିଆ ।


ଆଖୁ କୁହ ଅବା        ପାଚିଲା ଖଜୁରୀ

       ଏହା ମିଠା ରସ ଭରା

ଖାଇ ଦେଲେ ଥରେ     ମନବୁଝେ ନାହିଁ

        ଆହୁରି ଖାଆନ୍ତି ପରା  ।


କଞ୍ଚା ଲଙ୍କା ଗୁଣ          ରାଗ ତିକ୍ତ ରସ

          ଜିଭ ସିନା ଉଠେ ଜଳି

ତାହାର ବାସନା           ଖାଦ୍ଯେ ରୁଚିକର

          ପେଟଯାଇ ଥାଏ ପୁରି ।


ଖଟା, ମିଠା, ପିତା        କଷ୍ଟ କ୍ଷାର ଯୁକ୍ତ

          ଆଉ ତିକ୍ତ ରସ କହି

ଷଡରସ ବୋଲି      ପାଠରେ ଆମର

          ରହିଛି ପ୍ରମାଣ ହୋଇ ।


    




Rate this content
Log in

Similar oriya poem from Inspirational