JITENDRA CHANDRA SAHOO

Inspirational

3  

JITENDRA CHANDRA SAHOO

Inspirational

ମୋ ଗାଁ ପୋଖରୀ

ମୋ ଗାଁ ପୋଖରୀ

1 min
222



ମୋ ଗାଁ ପୋଖରୀ ଦିଶଇ ବଢିଆ

ଧାଡ଼ି ଧାଡ଼ି ଗଛ ଠିଆ ନଡ଼ିଆ 

ଥିରି ଥିରି ଜଳ ସ୍ଵଚ୍ଛ ନିରିମଳ

ହୁଏ କୁନି ଢେଉ ବହିଲେ ବାଆ । ୧।

ସତେକି ହସୁଛି ଖିଲି ଖିଲି କଇଁ

ପବନ ଦୋଳିରେ ହଲେ ଶରୀର

ପଦୁଅଁ ଫୁଲଟି ଖୁସିରେ ବିଭୋର

କିରଣ ପରସ ପାଇ ସୂର୍ଯ୍ୟର । ୨

ଯୋଡି ହଂସ କେଳି ବୁଡେ ହଂସରାଳି

ବୋଇତ ପରାଏ ଦୂରୁ ଦିଶଇ

ମାଛରଙ୍କା ଡେଣା ଝାଡ଼ି ଆକାଶରେ

ଖାଦ୍ୟ ପାଇଁ ସିଏ ଜଳେ ବୁଡ଼ଇ ।୩।

ସକାଳୁଆ ତୁଠ ଦିଶେ ଭରପୁର

ଆଲୋଚନା ଚାଲେ ବାସି ଖବର

ସାବୁନ୍ ତେଲରେ ମହମହ ବାସେ

ମାଖେ ଭୂଆଷୁଣି ସାରା ଶରୀର । ୪ ।

ଋତୁ ବଦଳିଲେ ତା ରୂପ ବଦଳେ

କେବେ ସେ ଗୋଳିଆ କେବେ ନିର୍ମଳ

ଡହଡହ ତାତି କେବେ ତା ଶରୀର

କେବେ ସେ ହେମାଳ କେବେ ଶୀତଳ । ୫ ।

ମୋ ଗାଁ ପୋଖରୀ କହି ଦେଉଅଛି

ହିଡ଼କୁ ମୋହର କରିଲେ ମଳ

ମୋ କଥା ନମାନି ଯଦି ତୁ କରିବୁ

ରୋଗ ବଇରାଗ ହେବ ପ୍ରବଳ ।୬।

    


Rate this content
Log in

Similar oriya poem from Inspirational