ବହି
ବହି
ନିର୍ଜୀବ କାଗଜେ ଜୀବନ୍ତ ଲେଖା ସେ
ସଂଜୀବନୀ ସମ ହୋଇ ,
ଅଜ୍ଞାନ ଜଡରେ ପ୍ରାଣ ସଂଚରଈ
ଅମୃତ ଝର ସେ ବହି l
ଯୁଗ ଆରମ୍ଭରୁ ମୁକ ସାକ୍ଷୀ ସାଜି
ଇତିହାସ କଥା କହେ,
ଭୂଗୋଳ ବୁକୁ ରେ ଚିରନ୍ତନ ନଈ
ବନ ଗିରି ଲଂଘି ବହେ ।
ବିଜ୍ଞାନ ପ୍ରଦୀପେ ଭବିଷ୍ୟତ ପଥ
ସ୍ପଷ୍ଟ ରୂପେ ଆଲୋକିତ,
ଜୀବନ ସତ୍ୟତା ଗଣିତ ସୂତ୍ରରେ
ବିନା ଦ୍ୱନ୍ଦେ ପ୍ରମାଣିତ ।
ଶେଷ ନିଃଶ୍ୱାସେ ବି ସାଥୀ ଟିଏ ହୋଇ
ପଥ ପ୍ରଦର୍ଶନ କରେ
ବିନ୍ଦୁ ବିନ୍ଦୁ ହୋଇ ଜ୍ଞାନର ନିର୍ଝର
ଅହରହ ଭାବେ ଝରେ ।