STORYMIRROR

RAKESH CHANDRA PRADHAN

Tragedy

3  

RAKESH CHANDRA PRADHAN

Tragedy

ସ୍ବପ୍ନ

ସ୍ବପ୍ନ

1 min
477


ସ୍ଵପ୍ନ ଦେଖି ବୋଧେ ପାପ ମୁଁ କରିଛି

ପ୍ରାୟଶ୍ଚିତ ନାହିଁ ତାର,

ନିନ୍ଦା ଅପମାନ ଲୁହରେ ମିଶାଇ

ଦୁଖରେ ତୋଳିଛି ଘର ।

ମିଛ ହସ ଆଉ ମିଛ ଅଭିନୟ

ସେ ଘର ଚାଳ ଛପର,

ସମୟ ପବନେ ସବୁ ଉଡ଼ିଯିବ

ସବୁ ହୋଇଯିବେ ପର ।

ଅଭାବ ମହୀରେ ମଣିଷ ପଣିଆ

ନିଶ୍ଵାସ ନେବାକୁ ଡର,

ମଣିଷଟେ ପରି ମଣିଷଟେ ହୋଇ

ଜୀଇଁବାକୁ ଇଚ୍ଛା ମୋର ।


Rate this content
Log in

Similar oriya poem from Tragedy