STORYMIRROR

RAKESH CHANDRA PRADHAN

Abstract

2  

RAKESH CHANDRA PRADHAN

Abstract

ଅପେକ୍ଷା

ଅପେକ୍ଷା

1 min
376

ସୂରୁଜ ଉଇଁଲେ ସକାଳ ତ ହେବ 

        ସନ୍ଧ୍ୟା ହେବ ହେଲେ ଅସ୍ତ,

ସଭିଏଁ ନିଜର ଜୀବନ ଜିଇଁବେ

         ରହିବେ ସମସ୍ତେ ବ୍ୟସ୍ତ

ମୁଁ ସେ ସୌଭାଗ୍ୟ କାହୁଁ ଯେ ପାଇବି

          ଜୀବନ ଜୀଇଁବା ପାଇଁ,

ଜୀବନକୁ ପ୍ରତି ମୁହୂର୍ତ୍ତେ କାଟୁଛି

         ଲକ୍ଷ୍ଯ ପଛେ ଧାଇଁ ଧାଇଁ

କଣ କରୁଛି, କାହିଁକି କରୁଛି,

           ନିଜେ ବି ପାରୁନି ବୁଝି,

ସୁନା ହରିଣୀର ପଛେ ଧାଉଁଅଛି, 

         ବାଟ ବି ପାଉନି ଖୋଜି

ଅପେକ୍ଷାର ଫଳ ସୁମଧୁର ବୋଲି 

           ଏ କଥା ତ ମୁଁ ଜାଣେ, 

ଅପେକ୍ଷା ମୋହର ଅନନ୍ତ ନ ହେଉ, 

        ସେଥିପାଇଁ ମନେ ଭାଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract