STORYMIRROR

RAKESH CHANDRA PRADHAN

Romance

4.0  

RAKESH CHANDRA PRADHAN

Romance

ପାଣି ଦର୍ପଣ

ପାଣି ଦର୍ପଣ

1 min
149


ମନ ପୋଖରୀର ପାହାଚ ରେ ଯେବେ, 

              ଏକୁଟିଆ ଯାଇ ବସେ ,

ତୋର ପ୍ରତିଛବି ସଜେଇ ହୋଇ କି

              ପାଣି ଦର୍ପଣ ରେ ଭାସେ ।


ଦେଖୁଥାଏ ସିନା ଛୁଇଁବାକୁ ତାକୁ

                ସାହସ କରିନି କେବେ,

ଛୁଇଁ ଦେଲେ କାଳେ ପାଣି ଚହଲା ରେ

                ଲିଭିଯିବ ବୋଲି ଭାବେ ।

       &

nbsp;         

ସମୟ ସାଜି କି ଶୁଖିଲା ପତର

               ବାରମ୍ବାର ରେଖା ଆଙ୍କେ,

ସଜଡ଼ା ଛବି ଟି ଅସଜଡ଼ା ହୁଏ

               ପରିସୀମା ସବୁ ବାଙ୍କେ ।


ଲୁହ ବରଷା ରେ ଭିଜେଇ ହୋଇ କି 

              ଓଦା ମନେ ସେଠୁ ଫେରେ,

ପୁଣି ଆଉ ଦିନେ ନିଶ୍ଚେ ଦେଖା ହବ

               ଏହି କଥା ମନେ ଭରେ ।


Rate this content
Log in

Similar oriya poem from Romance