STORYMIRROR

RAKESH CHANDRA PRADHAN

Romance

3  

RAKESH CHANDRA PRADHAN

Romance

ଭଲ ପାଇବାର ଭାଷା

ଭଲ ପାଇବାର ଭାଷା

1 min
330

ବିନା ବସନ୍ତରେ ମଳୟ ପବନ   

         ବିନା ସୂରୁଜରେ ଗ୍ରୀଷ୍ମ, 

ବିନା ବରଷାରେ ମନ ଓଦା ହୁଏ

        ନା ବୋଧେ ତା'ର ପ୍ରେମ !


ବିନା ଚନ୍ଦ୍ରମାରେ ଚାନ୍ଦିନୀ ରାତି ତ 

       ବିନା ରଙ୍ଗେ ଖେଳେ ହୋଲି, 

ବିନା ବାଦଲ ରେ ମୟୂର ନାଚୁଛି 

         ନାନାରଙ୍ଗୀ ପୁଚ୍ଛ ଖୋଲି ! 


ବିନା ଆଖି ଖୋଲି ତୋତେ ମୁଁ ଦେଖୁଛି 

         ଶୁଣେ ତୋତେ ବିନା କାନେ, 

ଅନୁମତି ବିନା ଘର କରି ନେଲୁ 

           ମରୁଭୂମି ମୋର ମନେ.! 


ବିନା କହି ତୋତେ ଭଲ ମୁଁ ପାଉଛି 

           ବିନା ପାଇବାର ଆଶା, 

ବିନା ବିଳମ୍ବରେ କେବେ ତୁ ବୁଝିବୁ 

           ଭଲ ପାଇବାର ଭାଷା.! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance