Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Classics Inspirational Children

4  

Satyanarayan Sahoo

Classics Inspirational Children

ଯେଉଁ ଦେଶେ ବହେ ଯମୁନା ଗଙ୍ଗା

ଯେଉଁ ଦେଶେ ବହେ ଯମୁନା ଗଙ୍ଗା

1 min
4



ଯେଉଁ ଦେଶେ ବହେ ଯମୁନା ଗଙ୍ଗା

ଫର ଫର ସେଠି ଉଡେ ତ୍ରିରଙ୍ଗା ।

ପୁଣ୍ୟ ଭୂମି ଆମ ଦେଶ ଭାରତ

ଜ୍ଞାନ, ବିଜ୍ଞାନ ରେ ଥିଲା ଉନ୍ନତ ।

ପ୍ରାଚୀନ କାଳ ରେ ଏ ଆର୍ଯ୍ୟାବର୍ତ୍ତ

ଜମ୍ବୁ ଦ୍ଵୀପ ଆଦି ନାମେ ବିଖ୍ୟାତ ।

ସ୍ୱର୍ଣ୍ଣପ୍ରସୁ ଭୂମି ପୂତ ପ୍ରଦେଶ

ଲଭୁ ଥିଲା ସାରା ବିଶ୍ୱେ ସୁଯଶ ।

ଦେବ ମୁନି ଋଷି ଙ୍କ ଲୀଳା ସ୍ଥଳୀ

ଅତୁଳ ଗାରିମା କୀର୍ତ୍ତି ଆବଳି ।

ଏଇ ଭରତ ର ଥିଲା ଅତୀତେ

ତ୍ୟାଗ ସେବା ଆଉ ମହାନ ବ୍ରତେ ।

ଅନୁବ୍ରତେ ଥିଲେ ସଭିଏଁ ରତ

ବିବିଧାତା ମଧ୍ୟେ ଏଇ ଭାରତ ।

ପ୍ରତିଷ୍ଠିତ କରି ଐକ୍ୟ ସଂହତି

ସାମାଜିକ ଜୀବନ ରେ ଯେ ଶାନ୍ତି ।

ସହାବସ୍ଥାନ ର ବାର୍ତ୍ତା ପ୍ରସାରେ

ଭାରତୀ ର ଲୀଳା କ୍ଷେତ୍ର ଭାବ ରେ ।

ଦିଏ ନିତ୍ୟେ ଦିବ୍ୟ ଜ୍ଞାନ ଓ ବିଦ୍ୟା

ଚେତନା ଜାଗ୍ରତ କାରୀ ସୁବିଧା ।

ଏଠାରେ ଅନେକ ଅନେକ ତର

ପୁଣ୍ୟ ପୂତ ସ୍ଥଳୀ ଦେବ ମନ୍ଦିର ।

ପୂଣ୍ୟତମ ତୀର୍ଥ କ୍ଷେତ୍ର ସଂହତି

ଲୀଳା ନୃତ୍ୟ ସେ ଛବିଳା ପ୍ରକୃତି ।

ଲଗାଇ ଗାଇ ସେ ବିହଙ୍ଗ ତାନେ

ହରେ ଜନ ମନ ଦିବ୍ୟ ଗୁଞ୍ଜନେ ।।


Rate this content
Log in

Similar oriya poem from Classics