ଇଚ୍ଛା
ଇଚ୍ଛା
ଇଚ୍ଛା ତ ଇଚ୍ଛା ହେଇଥାଏ
ହେଲେ କାହିଁକି ଏମିତି ଇଚ୍ଛା ହେଇଥାଏ ?
ମରିବା ଆଗରୁ ଟିକେ ବଞ୍ଚିବାର ଇଚ୍ଛା
କିମ୍ବା ଦି ମୁଠା ଭାତରୁ ସୁନା ପଲଙ୍କରେ ଶୋଇବା ଇଚ୍ଛା ।
ମାଟି ଉପରେ ଥାଇ ଆକାଶ ଛୁଇଁବା ଇଚ୍ଛା
କିମ୍ବା ଗରମ ଦି ପହରରେ ଥଣ୍ଡା ପାନୀୟ ଇଚ୍ଛା
ଇଚ୍ଛା କଣ କେବଳ ସମାପ୍ତି ଆଗରୁ ପୂର୍ଣ୍ଣ ହୁଏ ?
ତେଣୁ ଏହା କଣ ଅସରନ୍ତି ଏକ ଯାତ୍ରା ହୋଇ ରହିଯାଏ ?
ସେଇଥିପାଇଁ ବୋଧେ ମଲା ଆଗରୁ ଗଙ୍ଗା ଜଳ ମିଳେ
ଗଙ୍ଗା ସ୍ନାନ କିନ୍ତୁ ହୁଏନା ବଞ୍ଚିଥିବା ବେଳେ !
ମନ ଅଦ୍ଭୁତ ଇଚ୍ଛାକୁ ଘର କରି ଦେଇଥାଏ
ନା ସତରେ ଅଦ୍ଭୁତ ଇଚ୍ଛା ମନରେ ଘର କରି ଦେଇଥାଏ ?
ସେ ଯାହା ବି ହେଉ ଏହି ଇଚ୍ଛା ସତରେ ଭାରି ଇଚ୍ଛୁକ ବିଷୟଟିଏ
ଆଦି ଶୂନ୍ୟ ଯାହାର ଅନ୍ତ ମଧ୍ୟ ପାଇ ପାରେନା କେବେ ବି କିଏ ।