Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rita Pattanaik

Inspirational

4.4  

Rita Pattanaik

Inspirational

ପ୍ରୀତିଲତା

ପ୍ରୀତିଲତା

1 min
351



 ଫଗୁ ଦଶମୀର ରୂପା ଜହ୍ନ ରୋଷଣୀରେ -----

         କହ୍ନେଇଁରେ !!!!!!!

ଖୁବ୍ ଇଚ୍ଛା ହେଲା ତୋ ସାଙ୍ଗେ --

                  ଟିକେ ରଂଗ ଖେଳିବାକୁ --

ମାଖିଦେଇ ତୋ ଦେହରେ ସାତ ରଙ୍ଗ ,

ରଙ୍ଗେଇ ଦେଲି ମୋ ମନକୁ ଏମିତି ଯେ ----

                  ଆଉ ଖୋଜି ପାଇଲିନି ନିଜକୁ ।

ହଜିଗଲି ତୋ ସାଥେ ,ନିଜ ଅଜାଣତେ ----

            ଶୁଣୁଥିଲି ମୁଗ୍ଧ ରାଗ ମୋହନ ବଂଶୀର ,

ଚେତନାରେ ଥାଇ ବି ନିଶ୍ଚେତନା ଭଲଲାଗେ ----

            ନିତି ଫଗୁଣ ଫଗୁଣ ବାସେ ମୁଗ୍ଧ ଚୈତନ୍ୟର 

 ପ୍ରୀତି ନିରୋଳା ପହରେ ----

           ଏତେ ବାସ ବିସ୍ତାରେ କେମିତି ଯେ ---

         ବୋଳିଦିଏ ସାରା ଫଗୁ ଦେହ,ମନ,ଆତ୍ମାରେ ,

ମୋ ତନୁ ତନ୍ମୟପଣେ --- 

            କାନ ପାଖେ ତୋ ମଧୁ ଗୁଞ୍ଜନ ---

        ମୁଁ ଯେ ନିଶାଗ୍ରସ୍ତ ତୋ କାଦମ୍ବରୀ ନିଶାରେ ।

ତୁ ମଧୁପୁରୀରେ କି ବାରୁଣାବନ୍ତରେ ----

            ପରଖିନି କେବେ ???~

       ମୁଁ କିନ୍ତୁ ମନ୍ତ୍ରମୁଗ୍ଧ ଅପୂର୍ବ ଆନନ୍ଦର ମାଦକରେ --

     ବସନ୍ତର ବାସଭରା କମନୀୟ ଫୁଲର ସମ୍ଭାରେ ।

              


Rate this content
Log in

Similar oriya poem from Inspirational