STORYMIRROR

Rita Pattanaik

Others

3  

Rita Pattanaik

Others

ବର୍ଣ୍ଣ ବିଭା

ବର୍ଣ୍ଣ ବିଭା

1 min
241

ସେ ଶବ୍ଦର ସ୍ଥପତି

ଉଜ୍ଜ୍ୱଳ ପ୍ରଭାତୀ

ମଧୁକ୍ଷରା ମଧୁମତୀ

ଲାଲ୍ ପାଟ,ମଠା ଶାଢ଼ୀ ପରି

ଯତନେ ଚଉତି

ନିରବଧି ହୃଦ-ସିନ୍ଦୁକରେ

ପରସ୍ତ ପରସ୍ତ ସାଇତି ।

ରାତି ରାତି ଅନିଦ୍ରାରେ ମାତି

ଅଚିହ୍ନା ନକ୍ଷତ୍ରଟିକୁ ମାଗୁଥାଏ ପ୍ରୀତି

ଆଂଜୁଳା ଆଂଜୁଳା ଶବ୍ଦ

ଛାୟାପଥୁ ଆସନ୍ତି ଲେଉଟି ।

ଶହ ଶହ ଶବ୍ଦ କାରୁକାର୍ଯ୍ୟେ

ସୃଜନୀର ବଂଶୀ ବାଜେ

ଧୂସର କାଗଜ ଲୋଡେ କାଳି ଦୁଆତଟେ

ନିବୁଜ ଗୁମ୍ଫାରେ ଆଲୁଅ ଚେନାଟେ

ପାହାଡରେ ପଦ୍ମ ଫୁଟେ

ଉଆଁସୀ ତିଥିରେ ବି ଉଙ୍କିମାରେ ଜହ୍ନଟେ,

ଏ ତ ମଗ୍ନ ହେବାର ମୂହୁର୍ତ୍ତ

 ଇପ୍ସିତ ମୂହୁର୍ତ୍ତଟିକୁ କରିବାରେ ମୂର୍ତ୍ତିମନ୍ତ

 ସ୍ରଷ୍ଟାଟିଏ ସର୍ଜନାରେ ମନ୍ତ୍ରମୁଗ୍ଧ ।

 ଲେଖନୀରେ ଫୁଟିଉଠେ ଅମର କୃତି

 ଅର୍ଥମୟ ଶବ୍ଦର ଭାଷାର ପ୍ରାଞ୍ଜଳ ସ୍ଥିତି

ସମୟର ସୀମନ୍ତରେ ସୀମାହୀନ ବିସ୍ତୃତି,

 ଚେତନାର କୋଣେ କୋଣେ

ଶବ୍ଦଟିଏ ବସାବାନ୍ଧେ ଯେଉଁଠି

 କେତେ ଅନ୍ତରଙ୍ଗ ଲାଗେ

 ଛନ୍ଦାୟିତ ,ମଞ୍ଜରିତ

କବିତାର ଦରଫୁଟା କଳିଟି

 ସତେକି କଥା କହୁଛି

ମଉନାବତୀ ମାଟି କଣ୍ଢେଇଟି ।

 ଚୈତ୍ରିକର ଚିତ୍ରିତ ଭାବଟି                       

 ଶବ୍ଦରେ ଶବ୍ଦରେ ପ୍ରତିଟି ପଦରେ 

 ସଜେଇଦିଏ ଜୁଈଫୁଲ ଜହ୍ନରାତି

 ପ୍ରତି ଯତିପାତେ ତରଳୁଥାଏ

 ସୁଗନ୍ଧିତ ମହମବତୀ ।

 ସେ ଖୋଜୁଥାଏ ଗଙ୍ଗା, ଯମୁନା ମଝିରେ

 ଅନ୍ତଃସଲୀଳା ସରସ୍ୱତୀ ।

 ନିବିଡ ଅନ୍ତରାଗେ ପ୍ରଗାଢ଼ ଅନୁରାଗେ

କବିତାର ପ୍ରେମରେ

 ଘନଘୋର ନିଶାରେ

 ଛନ୍ଦିହୁଏ ,ଧନ୍ଦିହୁଏ 

ମାୟା ମନସ୍କକତାରେ ।

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍