STORYMIRROR

Rita Pattanaik

Others

4  

Rita Pattanaik

Others

ସମ୍ଭାବନା

ସମ୍ଭାବନା

1 min
300


ନିଦାଘର ଖରା ତାତି

      ଆକ୍ତାମାକ୍ତା ଯନ୍ତ୍ରଣାର ଲମ୍ବା ଦୀର୍ଘଶ୍ବାସ

ନେଇଆସେ ଅଦିନିଆ ମେଘର ରାଜୁତି

      ଉଚ୍ଛଳ ଅନୁଭବ, ଏକ ଚିରନ୍ତନ ଉଚ୍ଛ୍ବାସ

ବଇଶାଖୀ ଝାଞ୍ଜି ପବନ ଅସ୍ତବ୍ୟସ୍ତ ଜନଜୀବନ,

       ଭରା ଦ୍ବିପ୍ରହରେ ଘୁମେଇ ପଡେ କିଛି କ୍ଷଣ,

ଛାଇ ଲେଉଟାଣି ବେଳ

କେମିତି ଏକ ମୃଦୁ କୋଳାହଳ

ସୁନା ସକାଳର ଅପୂର୍ବ ଚମକ

ଜାତିଜାତି ଚଢେଇଙ୍କ ଚିଂ ଚିଂ ଚହକ ।

ଗଛ ପତରର ଝିରିଝିର୍ ଶବଦ

ଖରାଦିନ ରାତିଅଧ

           ଅବୋଲକରା ହେଉଥାଏ ନିଦ ।

ଝରକା ଫାଙ୍କରୁ ବହିଆସେ

           ମହଣେ ମଲ୍ଲୀ ମହକର ବତାସ ।

ଧାରେ ଜହ୍ନ ଆଲୁଅରେ

        ଝାପସା ଦିଶେ ମୋ ପ୍ରିୟାର ଚୂର୍ଣ୍ଣ କୁନ୍ତଳ -

ମନହୁଏ ଛୁଇଁବାକୁ

           ଘୁମନ୍ତ ଆଖିପତା, ମସୃଣ କପାଳ ।

ଦେହେ ଜାଗେ ଶିହରଣ

           ମନହୁଏ ଉତ୍ତାଳ

ଯେବେ ଛିଚିଂଦିଏ ବର୍ଷା ଅସରାଏ

ଉଷର ଭୂଇଁରେ ସମ୍ଭାବନାର ଋତୁ ଆସିଯାଏ ।

ଫିକା ଫିକା ବନ ଭୂଇଁ

     ପ୍ରଗଲଭରୁ ପ୍ରଗଲଭତର ପାଲଟି ଯାଏ

ଧିରେ ଧିରେ ସବୁଜିମା 

             ଛୁଇଁ ଛୁଇଁ ଯାଏ ।

    


Rate this content
Log in