STORYMIRROR

Rita Pattanaik

Romance

3  

Rita Pattanaik

Romance

ବିରହୋତ୍କଣ୍ଠିତା

ବିରହୋତ୍କଣ୍ଠିତା

1 min
152


ଓଃ -ସେ ସ୍ବପ୍ନଲବ୍ଧ ଅନୁଭବ ,

କଳାମେଘି ପ୍ରତିବିମ୍ବ --

କା'ଟିଏ ହୋଇ ଛାଇ ରହିଛି ,

ଯାହାପାଇଁ ଯନ୍ତ୍ରଣା ଓ ଆନନ୍ଦକୁ ସମଭାବେ ଭୋଗୁଛି ।

ମନତଳ କୋଠରୀରେ ଦୀପଟିଏ ଜଳୁଛି

ଉତ୍କଣ୍ଠିତ ରାତିଟିଏ ଗୋପନରେ ବାସୁଛି

ଚୁପିଚୁପି କେହିଜଣେ ସମ୍ମୋହିତ କରୁଛି।

ସେ- ଯେ ମୋ ପୂଣ୍ୟର ସଳିତା

ମୋ କଳ୍ପନାର ପ୍ରେମିଳ ସତ୍ତା ।

ଘାରିଦିଏ ଦଶଦିଗୁ ନିବିଡ଼ ବ୍ୟାକୁଳତା ।

ଯାହାକୁ ମୁଁ ଭଲପାଏ ପ୍ରଚୁର ?

ସେ ଜାହିର କରୁଥାଏ ,ତା'ର "ଥିବାପଣର "।

ଛାତିରେ ରୁଗ୍ ରୁଗ୍ ସେ ମିଠା ଅନୁଭବର ।



Rate this content
Log in

Similar oriya poem from Romance