ପଦ୍ମପାଦ
ପଦ୍ମପାଦ
ହେ ,ରାଧାମୋହନ !!
ଆଉ ଶୁଣୁନାହିଁ ସେ ଅଧୀର ବଂଶୀର ସ୍ବନ --
ତା କୋମଳ ତାନ -ପୁଲକିତ କରୁନାହିଁ ମୋ ମନପ୍ରାଣ ।
ସାଜିନାହିଁ ବାଧକ ମୁଁ ତୋ ସଂସାରପଥେ --
ଇଚ୍ଛିନାହିଁ ପିନ୍ଧିବାକୁ ସିନ୍ଦୂର ସୀମନ୍ତେ --
ଆରେ ମୋ କଳାହଂସ -
ଛୁଇଁବନି ପାଦ ମୋର ତୋ ରାଜଉଆସ ।
ଜମାଟ ବାନ୍ଧିଛି ଯେତେ-ଯେତେ ଦୁଃଖ ଲୁହ ,
ହୃଦୟକୁ ରୁନ୍ଧି ,ମନକୁ ଆକଟି --
କହିନି କା 'ଆଗେ ମୋ ଛାତିତଳ ଚାପାକୋହ --
ବିଭୋର ଆତ୍ମାରେ ଅପେକ୍ଷା କରିଛି --
ତୋ ମହକିତ ଆମନ୍ତ୍ରଣକୁ --
ତୋ ନୀଳୋତ୍ପଳ ପଦ୍ମ ପାଦକୁ - ।
