STORYMIRROR

Rita Pattanaik

Inspirational

4  

Rita Pattanaik

Inspirational

ସମ୍ପର୍କ

ସମ୍ପର୍କ

1 min
375


   ଏ ଅବୁଝା ମନ

ଆଉ ଚାହେଁନା ଦୂରତ୍ୱ

         ତୁମ....ମୋ....ସଂପର୍କରେ

ତୁମେ ପ୍ରତିଭାତ

         ମୋ ସୂକ୍ଷ୍ମ ଭାବନାରେ

ଅଭୟ ଦୃଷ୍ଟିରେ ଅଭୟ ମୁଦ୍ରାର ଆୟତ ଛାୟାରେ ।

ସବୁ ମଧୁରତମ ସଂପର୍କର ଉର୍ଦ୍ଧ୍ବରେ

ଖୁବ୍ ନିବିଡ଼ ନିଘଞ୍ଚ ସମନ୍ୱୟରେ

ଏକ ଅନନ୍ୟ, ଅବ୍ୟକ୍ତ, ଅନ୍ତରଙ୍ଗପଣରେ

ତୁମ ଟୋପାଏ କରୁଣାର ଅନନ୍ତ ପ୍ରବାହରେ

ନିଗିଡି ଯାଏ ମୁଁ ...... ଆକୁଳତାରେ

        ଲୁହରେ .... ଲହୁରେ,

        ଢ଼ଳଢ଼ଳ ....ଉଚ୍ଛଳ

           ଭାବସାମର୍ଥ୍ୟରେ ।        


Rate this content
Log in

Similar oriya poem from Inspirational