ଅନ୍ତଃସଲୀଳା
ଅନ୍ତଃସଲୀଳା
କିଏ ବା କେତେ ବୁଝିଛି ?
ସେ ଶାଶ୍ବତ ପ୍ରେମକୁ !! ତା'ର ନିବିଡ଼ତାକୁ
ଆନ୍ତରିକତାରେ ଭର୍ତ୍ତି ଆତ୍ମୀୟତାକୁ
ତନ୍ଦ୍ରାଚ୍ଛନ୍ନ ଆଖିପତାରେ ଅଜସ୍ର କମ୍ପନକୁ
ପ୍ରତିଟି ମୁହୂର୍ତ୍ତରେ ଜୀବନର ଛନ୍ଦାୟିତ ରୂପକୁ
ପଉଷର ପତ୍ରଝଡା ଅଥଚ ଫଗୁଣର ପଲ୍ଲବୀତ
ଛଟପଟ ଜୀବନର ପରିବ୍ୟାପ୍ତି ଅନୁରକ୍ତିକୁ
ମନୋବିନୋଦ ଓ ମନୋବେଦନାର ମନରଥକୁ ।
କୈଶୋରରେ ଝଙ୍କୃତ ମନ୍ତ୍ର ତାରୁଣ୍ୟରେ ପରିପୂର୍ଣ୍ଣତାକୁ
ନିର୍ନିମେଷ ନୟନରେ ସମୁଜ୍ବଳ ଚାହାଣୀକୁ
ପ୍ରେମ !
ପାପୁଲିଏ ମୋହ
ଆଂଜୁଳାଏ ସ୍ନେହ
ହୃଦୟର ପ୍ରତିଟି ସ୍ପନ୍ଦନ - ନିବିଡ଼ ଆଶ୍ଳେଷ
ଆଉ ନିରୁତା ଆପଣାପଣ ,
ଆତ୍ମସମର୍ପଣ ,
ସୂର୍ଯ୍ୟସ୍ନାତ ରକ୍ତିମ କିରଣ ।
