ସ୍ବାଗତ ସମ୍ଭାଷଣ
ସ୍ବାଗତ ସମ୍ଭାଷଣ
କିଏ ତୁମେ ଚିତ୍ରକାର
କିଏ ତୁମେ ମୂର୍ତ୍ତିକାର
ଗଢ଼ିଦେଲ ନିଖୁଣ ପ୍ରତିମା
ଢ଼ଳ ଢ଼ଳ ଉଜ୍ଜ୍ବଳ ନୀଳପଦ୍ମ ସଦୃଶ,
ବୁଦ୍ଧିଦୀପ୍ତ,ଜ୍ଞାନଦୀପ୍ତ,ଦୁଇଟି ନୟନ,
କପାଳରେ ଆଙ୍କିଦେଲ ତୃତୀୟ ଲୋଚନ
କରିବାକୁ ଦୁଷ୍ଟ ସଂହାରଣ ।
ମା !
ତୁମେ ଦିବ୍ୟରୂପା,ଦିବ୍ୟଦର୍ଶିନୀ
ସର୍ବ ମନ୍ତ୍ରମୟୀ ଦେବୀ
ସର୍ବ ତତ୍ତ୍ୱ ସ୍ବରୂପିଣୀ
ପାର୍ବଣ ତିଥିରେ ଦିବ୍ୟଜନନୀଙ୍କ
ଶାରଦୀୟ ଧରାବତାରଣ
ଘଣ୍ଟ, ଘଣ୍ଟା, ନହବତେ
କମ୍ପିଉଠେ ଗଗନ, ପବନ ।
"ମା" ତୁମ ଆଗମନେ
ତନୁମନେ ଖେଳିଯାଏ ଶିହରଣ
ତୁମ ଦରଶନେ
ଘୁଞ୍ଚିଯାଏ ଅନ୍ଧାର, ଅଜ୍ଞାନ
ଲୁଚିଯାଏ ଯେତେ ମାନ,ଅଭିମାନ
ଧୋଇ ନିଏ ସବୁ ଉଦାସପଣ
ହୃଦୟର ପ୍ରତିଟି ତନ୍ତ୍ରୀରେ
ସୃଷ୍ଟି ହୁଏ ଅର୍ପୂବ ସ୍ପନ୍ଦନ ,
କୋଣେ, ଅନୁକୋଣେ
ଭରିଯାଏ ପ୍ରଗାଢ ଚୈତନ୍ୟ ।
ଚଳଚଂଚଳ ହୁଏ ସମଗ୍ର ସତ୍ତା
ସ୍ନେହ ,ପ୍ରେମ ଉଦାରତା
ପରମତୃପ୍ତି ଆଉ ପରିପୂର୍ଣ୍ଣତା ।
ଅନ୍ଧକାର ବୁକୁଚିରି
ବ୍ୟାକୁଳିତ ଆଖି ଦୁଇ
ଖୋଜେ ଆଜି ଆଲୋକର ସଂଧାନ ।
କରିବାକୁ ତୁମ
ସ୍ବାଗତ ସଂଭାଷଣ
ମା! ତୁମେ ଅନନ୍ୟ।
ଲାବଣ୍ୟମୟୀ ଗୋ
ତୁମେ ଅତୁଳନୀୟା ।
