STORYMIRROR

Rita Pattanaik

Inspirational

4  

Rita Pattanaik

Inspirational

ପଣତ

ପଣତ

1 min
407

ହଁ, ସେ ପଣତ ଘୁରିବୁଲେ

  ଚୁନାମାଛ ବେସରରେ, 

  ଛତୁ ପତର ପୋଡାରେ 

  ମାଟି ହାଣ୍ଡି ପଖାଳରେ

  ମରାଘିଅ ମହକରେ, ମରା ନଡ଼ିଆ ତେଲରେ

  ଛେନାପୁର ମଣ୍ଡା ,କାକରା,ଆରିସାରେ

  କୁଆଁର ପୁନେଇଁ ଜହ୍ନ ଚାନ୍ଦ ଚକଟାରେ

  ମାଟି ଚୁଲି ,ପଲମରେ ରଜ ପୋଡପିଠାରେ

  କାର୍ତ୍ତିକ ହବିଷ ଅନ୍ନ କଦଳୀ ପତ୍ରରେ

  ଚକୁଳି , ଚିତଉ, ଏଣ୍ଡୁରି, ଛୁଞ୍ଚିପତରରେ

  କାଇଁଚ ଡାଲାରେ ଭରା ଖଈ, ଉଖୁଡାରେ

  ଝାଞ୍ଜି ଖରାବେଳେ ,ତାଳପତ୍ର ବିଞ୍ଚଣାରେ

  ସିଝା ଧାନ କଡେଇରେ, ଗାଈ ଗୁହାଳରେ

  ମାଟି ,ଗୋବରରେ ଲିପା ମଗୁଶୁର ଝୋଟିରେ

  କୂଅମୂଳେ ଲଙ୍କା ଗଛ ଫୁଲ,କଷିରେ ।

  ଛାତିରେ ଅଛି ,ସେ ପୁଣି ତାତିରେ ଅଛି

  ଦେହ, ମନେ ଗୋଟାପଣେ ଆବୋରି ବସିଛି

  ଏ ଜୀବନ ଜିଇଁବାର ସ୍ବାଦ ଚଖେଇଛି

  ଭଲ ମନ୍ଦ ବାଛିବାର କଳା ଶିଖେଇଛି ।

          

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational