STORYMIRROR

Sanjeeb Kumar Nag

Romance

3  

Sanjeeb Kumar Nag

Romance

ବେଇମାନ ବିବେକ

ବେଇମାନ ବିବେକ

1 min
204


ମୋର ବି ଇଚ୍ଛା ହୁଏ

ତୁମ ପ୍ରେମର ଗଭୀରତାରେ ବୁଡିଯିବାକୁ

ତୁମ ଆଖିର ଆଇନାରେ

ନିଜକୁ ଆବିଷ୍କାର କରିବାକୁ...


ମୋର ବି ଇଚ୍ଛା ହୁଏ

ତୁମ ଗୋଲାପୀ ଓଠରୁ ପାନ କରିବାକୁ

ତୁମ ନିଃଶ୍ୱାସର ଉଷ୍ଣତାକୁ

ଆଖି ବୁଜି ଅନୁଭବ କରିବାକୁ...


ହେଲେ ଏ ବେଇମାନ ବିବେକ

ଶତ୍ରୁ ସାଜି ଛିଡାହୁଏ ହୃଦୟ ବିରୁଦ୍ଧରେ

ନା ମୁଁ କିଛି କରିପାରେ

ନା ମୁଁ କିଛି କହିପାରେ...


ଜଡ ପାଲଟି ଯାଏଁ ମୁଁ

ଭୁଲ ଠିକର ଗୋଲକ ଧନ୍ଦାରେ

ଦେଇ ପାରେନି ତୁମ ପ୍ରଶ୍ନର ଉତ୍ତର...

ନା କଲରେ ନା ମେସେଜରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance