Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Manmay

Romance

4  

Manoj Manmay

Romance

ଆମ ଏ ସମ୍ପର୍କ !

ଆମ ଏ ସମ୍ପର୍କ !

1 min
270



ପାରିବ କି ତୁମେ ଦୁନିଆକୁ କହି

ଆମ ଏ ସମ୍ପର୍କ କଥା,

ଦୁନିଆଁ ଯଦିବା କେବେ ପଚାରିବ

ପାରିବ କି ତୋଳି ମଥା !


କେଉଁଠି କେମିତି କାହିଁକି କେଜାଣି

ମନଟା ଦୁର୍ବଳ ହେଲା,

ଭଲ ମନ୍ଦ କିଛି ନବୁଝି ବିଚାରି

ସମ୍ପର୍କ ସମ୍ଭବି ଗଲା ।


ତୁମେ ଥିଲ କାହିଁ ମୁଁ ଥିଲି କାହିଁ

ଅଜଣା ଅଶୁଣା ହୋଇ,

ବାଟ ଭୁଲି ଗଲ ସରଗ ପରୀ ଗୋ

ଗଲ ମୋ ଅଗଣା ଛୁଇଁ ।


ମାଟିର ମଣିଷ ମାଟି ମୋର ଭାଗ୍ୟ

ତୁମେ ତ ସୌଭାଗ୍ୟବତୀ,

ବାଟର ବାଟୋଇ ଏକା ଚାଲୁଥିଲି

ତୁମେ ଆସି ହେଲ ସାଥି ।


ସାଥି ଯଦି ହେଲ ସାଥି ହୋଇ ଥାଅ

କରିବନି କେବେ ପର,

ସାତ ଜନମକୁ ସାଥି ବି ହୋଇବା

ସରଗେ ତୋଳିବା ଘର ।


ଦୁନିଆ ବୁକୁରେ ଥିବା ଯେତେଦିନ

ହାତ ଧରି ଚାଲୁଥିବା,

ଦୁନିଆ ଛାଡ଼ିଲେ ଆତ୍ମା ଯୋଡ଼ିଯିବ

ଏକାକାର ହୋଇଯିବା ।


 


Rate this content
Log in

Similar oriya poem from Romance