STORYMIRROR

Manoj Manmay

Abstract

3  

Manoj Manmay

Abstract

ମୁଁ

ମୁଁ

1 min
221


ମୁଁ ମୋର ଅହଂ ନୁହେଁ, ମୋର ସତ୍ତା

ମୁଁ ମୋର ଅହଙ୍କାର ନୁହେଁ

ମୁଁ ସ୍ୱୟଂ ସ୍ୱାଭିମାନ

ମୋର ଆତ୍ମସମ୍ମାନ !


ମୁଁ ପୁରୁଷ ନୁହେଁ ମୁଁ ନାରୀ ନୁହେଁ

ମୁଁ ନର ନୁହେଁ ମୁଁ ବି କିନ୍ନର ନୁହେଁ

ମୁଁ କାହାର ପୁତ୍ର ନୁହେଁ

କାହାର କନ୍ୟା ବି ନୁହେଁ

ମୁଁ କାହାର ସ୍ୱାମୀ ନୁହେଁ କାହାର ପ୍ରଭୁ ନୁହେଁ

ମୁଁ କାହାର ପତ୍ନୀ ନୁହେଁ କାହାର ଦାସୀ ନୁହେଁ !


ମୁଁ ଏକ ସତ୍ତା ମୁଁ ଏକ ସତ୍ୟ

ମୁଁ ଏକ ଚେତା ମୁଁ ଏକ ଚୈତ୍ୟ ।


ମୁଁ ଜୀବ ବି, ମୁଁ ବି ଜଡ଼

ମୁଁ ଶିବ ବି, ମୁଁ ବି ଶବ


ମୁଁ କୃଷ୍ଣ ବି, ମୁଁ ବି କୃଷ୍ଣା

ମୁଁ ଜଳ ବି, ମୁଁ ବି ତୃଷ୍ଣା


ମୁଁ ବି ରାମ ମୁଁ ରାବଣ

ମୁଁ ବି କାର୍ଯ୍ୟ ମୁଁ ବି କାରଣ 


ମୁଁ କାହାର ବଶ ନୁହେଁ

ମୁଁ ବି ନୁହେଁ କାହାର ସେବ୍ୟ ।

ମୁଁ କାହାର ଭାଷା ନୁହେଁ

ମୁଁ ବି ନୁହେଁ କାହାର ଭାଷ୍ୟ ।


ମୁଁ ଆହ୍ବାନ ବି ଆହୂତି ବି

ମୁଁ ଆଶ୍ବାସ ବି ଅସ୍ବସ୍ତି ବି !


ମୁଁ ଓଁକାରର ସଂସ୍କାର

ମୁଁ ଅହଙ୍କାରର ବିକାର !


ମୁଁ ନିଃସ୍ବ ମୁଁ ନଶ୍ଵର

ମୁଁ ବିଶ୍ବ ମୁଁ ବି ଈଶ୍ୱର !


ମୁଁ କିନ୍ତୁ ମୁଁ ନୁହେଁ,

ସେ ଯଦି ମୁଁ ନୁହେଁ !

ମୁଁ ବି ସେ ହୁଏ

ସେ ବି ମୁଁ ହୁଏ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract