STORYMIRROR

Manoj Manmay

Classics

3  

Manoj Manmay

Classics

ସୁଯୋଗ୍ୟ ଓଡ଼ିଆ ପୁଅ

ସୁଯୋଗ୍ୟ ଓଡ଼ିଆ ପୁଅ

1 min
142

ଓଡ଼ିଶା ମାଟିର ଓଡ଼ିଶା ମାଆର 

ସୁଯୋଗ୍ୟ ଓଡ଼ିଆ ପୁଅ,

ଓଡ଼ିଆ ଜାତିର ଓଡ଼ିଆ ପ୍ରାଣର

ସୁକନ୍ୟା ଓଡ଼ିଆ ଝିଅ,

ଯିଏ ଯେଉଁଠି ବି ତୁମେ ଥାଅ;

ଓଡ଼ିଆ ଭାଷାର ଭାବ ଭାବନାରେ

ନିଜକୁ ହଜେଇ ଦିଅ

କୁହ 'ଜୟ ଜଗନ୍ନାଥ ଜୟ',

'ବନ୍ଦେ ଉତ୍କଳ ଜନନୀ' ଗାନ ରେ

ମନ ପ୍ରାଣକୁ ମଜ୍ଜେଇ ନିଅ ।


ଦୂର ବିଦେଶରେ ବିଦେଶୀ ଭାଷାରେ 

ନିତି ପଛେ ହୁଅ କଥା,

ନିଜ ପରିବାରେ ଆପଣା ଭାଷାରେ

ଆଳାପ କରୁଥା ଯଥା,

ରହୁ ମାତୃଭାଷାରେ ମମତା,

ଉତ୍ତର ଦାୟାଦେ ଉତ୍ତର ଦାୟିତ୍ୱେ

ପିନ୍ଧାଅ ଭାଷାର ଚିତା

କୁହ 'ଓଡ଼ିଶା ମାଆର ଜୟ',

'ବନ୍ଦେ ଉତ୍କଳ ଜନନୀ' ଗାନରେ

ମନ ପ୍ରାଣକୁ ମଜ୍ଜେଇ ନିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics