STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଆସ ଦେଖିଯିବା କାଳୀପୂଜା

ଆସ ଦେଖିଯିବା କାଳୀପୂଜା

1 min
311



ଆଲୋକ ମାଳାରେ ସଜ୍ଜିତ ମଣ୍ଡପ

ବାଜେ ମଙ୍ଗଳ ଗୀତିକା

ପୁର ପଲ୍ଲୀ ଗ୍ରାମ ଉଛୁଳେ ନଗର

ଉଡେ ବିଜୟର ବାନା ।

ଆସ ଦେଖିଯିବା ଶ୍ୟାମା କାଳୀପୂଜା

ଶୁଭ ଦୀପାବଳୀ ଦିନ

ରହି ଉପବାସ ଦେବା ପୁଷ୍ପାଞ୍ଜଳି

କରିବା ଭୋଗ ହବନ ।

କାର୍ତ୍ତିକ ମାସର ଅମାବାସ୍ୟା ତିଥି

ମହାନିଶା କାଳୀପୂଜା

ଘୃତ ମାଟିଦୀପ ବେଲପତ୍ର ଦୂର୍ବା

ଶହେ ଆଠ ସମର୍ପିବା ।

ଲୋହିତ ମନ୍ଦାର ଗୋଲାପ ପୁଷ୍ପରେ

ଗଜରା ହାର ଗୁନ୍ଥିଣ

ମାଆଙ୍କ ଗଳାରେ ପିନ୍ଧାଇଲେ ଭକ୍ତ

ମନସ୍କାମ ହୁଏ ପୂର୍ଣ୍ଣ ।

ମୈ।ସୁମୀ ମିଠାଇ ଖିରି ଓ ଖେଚୁଡି

ଅନ୍ୟାନ୍ୟ ବ୍ୟଞ୍ଜନ ଭୋଗ

ଅରପଣ କଲେ ମାଆଙ୍କ ସନ୍ତୁଷ୍ଟି

ରାହୁକେତୁ ଶାନ୍ତି ଯୋଗ ।

ଦୁଷ୍ଟ ପାପୀ ତାପୀ ସ°ହାର ନିମନ୍ତେ

ଜଗତଜନନୀ ଦୁର୍ଗା

ଅବତରୀ ଥିଲେ ମହାକାଳୀ ରୂପେ

ଏହି ଦିନ ହୁଏ ପୂଜା ।

ଲହ ଲହ ଜିହ୍ଵା ଘୋର ଦନ୍ତ ପାଟି

ତେଜି କରାଳ ମୂରତି

ମହାଲକ୍ଷ୍ମୀ ରୂପେ ବରଦା ବିରଜା

ବର ଦେଇଥାନ୍ତି ଯାଚି ।

ଜୀବନର ସବୁ ରୋଗ ଦୁଃଖ ଶୋକ

ଶତ୍ରୁ ପୀଡା ହୁଏ ଅନ୍ତ

ଯୋଡି କରପତ୍ର ନୁଆଁଇ ମସ୍ତକ

ଜଣାଇବା ପ୍ରଣିପାତ ।

   


Rate this content
Log in

Similar oriya poem from Classics