STORYMIRROR

Dhaneswar Dash

Classics

3  

Dhaneswar Dash

Classics

ଦିବ୍ୟ ଚିନ୍ତନ

ଦିବ୍ୟ ଚିନ୍ତନ

1 min
297

ଭାବନାରେ ଭାବ ମିଶାଇଦେବ

ହେ ରାଧାମାଧବ, 

ପାଖରୁ କେବେ ନା ଦୂର କରିବ

ହେ ରାଧାମାଧବ।

 

ମନ ମଧ୍ଯେ ବସି ପ୍ରେରଣା ଦେବ

ହେ ରାଧାମାଧବ, 

ଚିତ୍ତ ତୁମଠାରେ ସଂଲଗ୍ନ ଥିବ

ହେ ରାଧାମାଧବ।


ମାନବୀୟ ଗୁଣ ଦୂର ନ ହେବ

ହେ ରାଧାମାଧବ,

ତୁମ ଚିନ୍ତନରେ ମନ ମୋ ଥିବ

ହେ ରାଧାମାଧବ।


ଲୋଭ ମାୟା ଠାରୁ ଦୂରେ ରଖିବ

ହେ ରାଧାମାଧବ,

ମୋହଗ୍ରସ୍ତ କେବେ ମନ ନ ହେବ

ହେ ରାଧାମାଧବ। 


ଏହିପରି ମୋତେ ସଦା ରଖିବ 

ହେ ରାଧାମାଧବ, 

ତୁମ ନାମ ଧରି ଏ ଜୀବ ଯିବ 

ହେ ରାଧାମାଧବ। 


Rate this content
Log in

Similar oriya poem from Classics