STORYMIRROR

Sarojini Mishra

Classics Inspirational

4  

Sarojini Mishra

Classics Inspirational

ଜୀବନ ଗଣିତ

ଜୀବନ ଗଣିତ

1 min
334


ଜନ୍ମରୁ ମରଣ ଛୋଟ ବ୍ୟବଧାନ

ଭାବି ତ ଟିକିଏ ଦେଖ

ଜନ୍ମ ସମୟରେ ତୋତେ କାନ୍ଦିବାକୁ

କହୁଥିଲେ ଘର ଲୋକ ।


ଗର୍ଭଗୃହେ ତୋର ହାତ ଯୋଡ ଥିଲା

ଧ୍ୟାନରେ ଥିଲୁ ମଗନ

ବାହାରକୁ ଆସି ହାତ ଖୋଲିଗଲା

ଧ୍ୟାନ କରି ଦେଲୁ ଭଗ୍ନ ।


ପିଲା ଦିନ ତୋର କଟୁଥିଲା ପରା

ଜୀବନ ତୁ ଜୀଉଁ ଥିଲୁ

ନିଜେ ଖୁସୀ ଥିଲୁ ଖୁସୀ ବାଣ୍ଟୁଥିଲୁ

ସନ୍ତୋଷ ତୁ ବାଣ୍ଟୁ ଥିଲୁ ।


ଟିକେ ବଡ଼ ହେଲୁ ପର ଆପଣାର

ଭାବ ମନେ ଭରିଗଲା

ଯୁବା ବସ୍ଥା ଆସି ମନକୁ ତୋହର

କାହିଁ ଯେ ଉଡାଇ ନେଲା ।


ସଂସାର ମଧ୍ୟରେ ସ୍ଵାର୍ଥ ଦରାଣ୍ଡିଲୁ

ଅଣ ନିଃଶ୍ଵାସୀ ତୁ ହେଲୁ

ଶାନ୍ତି ଖୋଜୁ ଖୋଜୁ ଶାନ୍ତି ହରାଇଲୁ

ନିଜକୁ ତୁ ଭୁଲିଗଲୁ ।


ଖୁସୀ ଖୋଜୁ ଥିଲୁ ଦୁନିଆ ଦାରିରୁ

ତୋ ଭିତରେ ଖୁସୀ ଥିଲା

ଖୁସୀ ଖୋଜୁ ଖୋଜୁ ଭିତର ଖୁସୀ ଯେ

ବାଦଲରେ ଢାଙ୍କି ଗଲା।


ଜୀବନ ଯୁଦ୍ଧର ଆହତ ସୈନିକ

ବୃଦ୍ଧା ବସ୍ଥା ଆସିଗଲା 

ଏକା ହୋଇଗଲୁ ଆଶା କରି କରି

ନିରାଶା ଯେ ଘେରିଗଲା ।


ଆରେ ବାଇ ମନ ବୋଲ ମୋର ମାନ

ନିଜ ଭିତରକୁ ଦେଖ

ଖୁସୀର ଭଣ୍ଡାର ପୁରି ରହିଅଛି

ବାଦଲ ହଟାଇ ଦେଖ ।


ନିଜେ ଖୁସୀ ରହି ଖୁସୀ ତୁ ବାଣ୍ଟି ଯା

ଜୀବନ ପୁରି ଉଠିବ

ଆତ୍ମ ସନ୍ତୋଷରୁ ଆତ୍ମଶକ୍ତି ତୋର

ଜୀବନେ ଶାନ୍ତି ଭରିବ ।


ଛୋଟ ମାନସାଙ୍କ ଜୀବନ ଗଣିତ

ପ୍ରତିଟି ପାହାଚ କୁହେ

ମାନସାଙ୍କ ଟିର ସମାଧାନ କଳା

ମନ ଦେଇ ଶିଖି ନେଏ ।

     


.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics