ଅମାନିଆ ବର୍ଷା
ଅମାନିଆ ବର୍ଷା
ଅଭିମାନ ଛାଡି ଯେବେ
ମୈସୁମୀ ଆସଇ
ବାଷ୍ପୀଭୂତ ମେଘଖଣ୍ଡ
ଝରଝର ବୁହଇ
ପ୍ରଚଣ୍ଡ ଘଡଘଡି
ଛାତିକୁ ଥରାଏ
ଉଚ୍ଚ ସ୍ବରେ ମଣ୍ଡୁକ
ତାଳ ଦେଇ ଗାଏ ।
କଳା ମେଘ ଛାତିରେ
ଯେବେ ବିଜୁଳି ଚମକେ
ଧରିତ୍ରୀ ଝଲସେ ବିଦ୍ୟୁତ
ଆଭାର ଝଲକେ
ଟୋପା ଟୋପା ପ୍ରତିଟି
ବିନ୍ଦୁ ବରଷାର
ଶୋଷି ନିଏ ଧରାବକ୍ଷ
ହୋଇ ତୃଷାତୁର ।
ବର୍ଷା ସ୍ପର୍ଶେ ଆଘ୍ରାଣେ
ବାଜେ ମାଟିର ମହକ
ଅପେକ୍ଷିତ ଧରଣୀରେ
ଖେଳିଉଠେ ନୂତନ ପୁଲ୍ଲକ
ଶିଖୀ ପୁଚ୍ଛ ମେଲି ନାଚେ
ବର୍ଷାର ଆଗମନେ
ସ୍ବର୍ଣ୍ଣାଭ କଦମ୍ବ ସୁନ୍ଦର
ଦିଶଇ କାନନେ ।
ତୃଷା ମେଣ୍ଟାଏ ଦୀର୍ଘ
ଅଷ୍ଟ ମାସର ତପ୍ତ ଧରଣୀ
ଜଳାର୍ଣ୍ଣବ ହୁଏ
ଶୁଷ୍କ ନଦୀ ପୁଷ୍କରିଣୀ
ଅମୃତ ସ୍ପର୍ଶରେ ରୁକ୍ଷ
ବୃକ୍ଷରାଜି ହୁଅନ୍ତି ଜୀବିତ
ମନୋହର ଦିଶଇ ପ୍ରକୃତି
ହୋଇ ସବୁଜ ପଲ୍ଲବିତ ।
ବର୍ଷା ଜଳ ପାଇ ସତେଜ
ଦିଶୁଛି ସମସ୍ତ ଗଛପତ୍ର
ଚାଷୀ ଭାଇ ଗୁଣୁଗୁଣୁ ସୁରେ
ବାହାରିଛି କ୍ଷେତ
ଦେଖି ତମ ବରଦାନ
କୃଷକର ମନ ଆନନ୍ଦେ ପୂର୍ଣ୍ଣ
ସୁନାର ଫସଲ ଖେଳିବ
ହେଲେ ତୁମ ଆଗମନ ।
ପ୍ରକୋପ ଦେଖାଉଛି ବର୍ଷା
ବେପରୁଆ ଅବୁଝା ସୁରରେ
କିଏବା ବିତାଉଛି ସୁମଧୁର
ମୁର୍ଚ୍ଛନା ଆଲିସାନ ମହଲରେ
ଆଉ କିଏ ଭିଜୁଛି ଯନ୍ତ୍ରଣାର
ଆର୍ତ୍ତନାଦେ ଚାଳ ଛପର ଘରେ
ଅମାନିଆ ବର୍ଷା ଯୋଗୁଁ
ଜୀବନଟା ଗୁମୁରି ଉଠୁଥାଏ ।