ଆଉ ବୟସ ମୋର କାହିଁ
ଆଉ ବୟସ ମୋର କାହିଁ
କହିଛନ୍ତି ଦୈତ୍ୟ ଗୁରୁ ବିଶ୍ୱକେତୁ
ଦେବର୍ଷି ନାରଦ ମୁନୀ
ଦେବତା ଅଟନ୍ତି ଅସୁର କୁଳର
ମହାଶତୃ ଗୁଣୀ ଜ୍ଞାନୀ ।
ସ୍ୱୟଂ ନାରାୟଣ ଜନମ ଲଭିବେ
ଦେବକୀ ଅଷ୍ଟମ ଗର୍ଭ
ବଧ କରି କ°ସ ଦେବତାଙ୍କ କଷ୍ଟ
କରିବେ ହେଳେ ଲାଘବ ।
ଲୋକ ନୃପମଣି ନରାଧମ କ°ସ
ଦୁର୍ଦ୍ଦଶ ଅସୁର ବୀର
ନିଜର ମରଣ ବୃତ୍ତାନ୍ତକୁ ଭାଳି
ଅସ୍ଥିର ହୁଏ ଅଧୀର ।
ଅନ୍ଧ କାରାଗାରେ କରିଅଛି ବନ୍ଦୀ
ଦେବକୀ ଓ ବସୁଦେବ
ପକାଇଛି ବେଢି ଲୈ।ହର ଶୃଙ୍ଖଳ
ମୁକ୍ତି ଆଶା ଅସମ୍ଭବ ।
ମୂଷଳଧାରାରେ ବରଷନ୍ତି ଇନ୍ଦ୍ର
ଭାଦ୍ର କୃଷ୍ଣ ଅଷ୍ଟମୀରେ
ମୂର୍ଚ୍ଛିତା ଦେବକୀ ପ୍ରସବିଲେ ପୁତ୍ର
କାରାଗୃହେ ଅନ୍ଧକାରେ ।
ପିତା ବସୁଦେବ ଦେଖି ଚତୁର୍ଭୁଜ
ଆଜ୍ଞା ପରମାଣେ ଖରେ
ଉତ୍ତାଳ ଯମୁନା ସ୍ରୋତକୁ ଉଲ୍ଲଙ୍ଘି
ଉପଗତ ଗୋପପୁରେ ।
ଯଶୋଦାଙ୍କ କୋଳୁ ଉଠାଇ ଆଣିଲେ
ନବଜାତ ଶିଶୁ କନ୍ୟା
ଶୋଇଦେଲେ ପାଖେ ଦେବକୀ ପୁତ୍ରଙ୍କୁ
ଥିଲେ ସର୍ବେ ନିଦ୍ରାଚ୍ଛନ୍ନା ।
ପ୍ରତ୍ୟୁଷ ପହରୁ ଶୁଣି କୁଆଁକୁଆଁ
କ°ସାସୁର ହୋଇ ରୋଷ
ଆସିଲେ ଝପଟୀ କାରା ପ୍ରକୋଷ୍ଠକୁ
କରି ଉଚ୍ଚ ଅଟ୍ଟହାସ୍ୟ ।
ସଚେତା ଦେବକୀ ଆକୁଳ ବିକଳ
ସବିନୟ ଅନୁରୋଧ
ଏଡି ଦେଲେ କ°ସ ଆଣିଲେ ଛଡାଇ
କରିବାକୁ କନ୍ୟା ବଧ ।
ମାରିଅଛ ଭ୍ରାତ ସାତଗୋଟି ପୁତ୍ର
କରି ନାହିଁ ପ୍ରତିବାଦ
କହନ୍ତି ଦେବକୀ ନୀରିହା କନ୍ୟାକୁ
କରନି ନିର୍ମମେ ବଧ ।
ଦେଉଛି ବଚନ କରିଦେବି ଦାନ
ହୋଇବ ସେ ପୁତ୍ରବଧୁ
ଉଜ୍ଜ୍ୱଳ କରିବ କୁଳକୁ ତୁମର
ଦୂର କର ଚିନ୍ତା ମନୁ ।
ଆଉ ନାହିଁ ମୋର ବୟସ ଆୟୁଷ
ଜନମ କରିବି ପୁତ୍ର
ନିଷ୍କଣ୍ଟକ ତୁମେ ଭୋଗକର ରାଜ୍ୟ
ରକ୍ଷାକର କନ୍ୟା ଭ୍ରାତ ।
କହିଲେ ଆକ୍ରୋଶେ ଭଗିନୀକୁ କ°ସ
ଭାରିଯା ରୂପକୁ ଧରି
ମାରିଥିଲେ ପରା ବୈଲୋଚନ ବୀର
ଏହି ନାରାୟଣ ହରି ।
ମାୟାରୂପୀ ନାରୀ ଦୁର୍ଗା ରୂପ ଧରି
ମାରିଲେ ମହିଷାସୁର
ମଲେ ଚଣ୍ଡମୁଣ୍ଡ ରକ୍ତବୀର୍ଯ୍ୟ ପରି
କେତେ ବଡ଼ ମହାବୀର ।
ଶୂନ୍ୟରୁ କଚାଡି ପ୍ରସ୍ତର ଉପରେ
ମାରିଦେବି ଛେଚି ମୁଣ୍ଡ
କନ୍ୟାଟିଏ ବୋଲି ନାହିଁ ହୃଦେ ମୋର
ତିଳେ ଦୟାମାୟା ସ୍ଥାନ ।
ପାଞ୍ଚଇ ପାମର ପାପିଷ୍ଠ ଦୁର୍ମତି
ଦୈବୀଶକ୍ତି କରି ନାଶ
ହୋଇବ ଜଗତେ ଚକ୍ରବର୍ତ୍ତୀ ରାଜା
କାଳପାଶେ ହୁଏ ଧ୍ୱଂସ ।
ବିନାଶ କାଳରେ ବିପରୀତ ବୁଦ୍ଧି
ଉଚ୍ଚାଟଇ ଶୂନ୍ୟବାଣୀ
ସୁନ୍ଦର ପ୍ରକୃତି ତେଜି ସବୁଜିମା
ଲେଲିହାନ ଶିଖା ଚଣ୍ଡି ।