Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

କୃଷ୍ଣ ବଳରାମ ବେଶ

କୃଷ୍ଣ ବଳରାମ ବେଶ

1 min
275



ଉପଗତ ହେଲା କୃଷ୍ଣ ତ୍ରୟୋଦଶୀ

ପବିତ୍ର ଭାଦ୍ରବ ମାସ

ଚାଲ ଦେଖିଯିବା ଶିରୀ ମନ୍ଦିରକୁ

କୃଷ୍ଣ ବଳରାମ ବେଶ ।


ଦେବୀ ଚତୁର୍ଭୁଜା ମହାମାୟା ବେଶେ

ଅଙ୍କୁଶ ପାଶକୁ ଧରି

ଅଭୟ ମୁଦ୍ରାରେ ଭଉଣୀ ସୁଭଦ୍ରା

ମଞ୍ଚେ ଥିବେ ବିଜେ କରି ।


ପ୍ରଭୁ ଜଗନ୍ନାଥ ଶ୍ରୀକୃଷ୍ଣଙ୍କ ବେଶେ

ଦିଶୁଥିବେ ମନୋରମ

ବାଙ୍କଚୂଳିଆର କିରିଟୀ ସାଙ୍ଗକୁ 

ହସ୍ତରେ ବଇଁଶୀ ପଦ୍ମ ।


ନାକଚଣା ଖଡୁ ଚନ୍ଦ୍ର ଚିତା କଢି

କଦମ୍ବ ପତର ଫୁଲ

ପାହୁଡ଼ ପାଉଁଜି ବାଙ୍କି ଗୋଡ଼ମୁଦି

ଶୋଭୁଥିବ ଶ୍ରୀପୟର ।


ଭ୍ରାତ ବଳଭଦ୍ର ବାମ ହସ୍ତେ ପଦ୍ମ

ଦକ୍ଷିଣେ ଶିଙ୍ଘା ବାଜେଣୀ

କିରିଟୀ ଉପରେ ତୋଳିଥିବେ ଛତ୍ର

ବାସୁକୀ ଯେ ସପ୍ତଫେଣୀ ।


ନନ୍ଦ ବସୁଦେବ ଯଶୋଦା ଦେବକୀ

ଗୋପୀ ଗୋପାଳ ସହିତ

ବ୍ରହ୍ମା ଇନ୍ଦ୍ର ଦେବ ନାରଦ ରୋହିଣୀ

ରହିଥିବେ ଉପସ୍ଥିତ ।


କୃଷ୍ଣ ବଳରାମ ସୁବେଶ ଦର୍ଶନ

ବୃନ୍ଦାବନ ବିଚରଣ

ଦୃଶ୍ୟ ଅନୁପମ ଦିବ୍ୟ ଗୋଚାରଣ

ଲୀଳା ଶ୍ରୀପୁରୁଷୋତ୍ତମ ।


ହେବ ସନ୍ଧ୍ୟା ଧୂପ ପୂଜା ଅରଚନା

ବିଳମ୍ବିତ ଯାମିନୀରେ

ଧନ୍ୟ ହେଉ ପ୍ରାଣ ଜୀବନ ସାର୍ଥକ

ଦେଖି ସୁବେଶକୁ ଡୋଳେ ।

  


Rate this content
Log in

Similar oriya poem from Classics