STORYMIRROR

Chinmaya Kumar Nayak

Abstract Classics

4  

Chinmaya Kumar Nayak

Abstract Classics

ବର୍ଷା ଭିଜା ସ୍ମୃତି

ବର୍ଷା ଭିଜା ସ୍ମୃତି

1 min
275


ଧାଇଁଛି ଅନେକ ଥର ମେଘ ପଛେ ପଛେ

କଣ୍ଟା ଝଟା ଖାଲ ଢିପ କିଛି ନ ମାନି,

ହାରିଛି ମୁଁ ପ୍ରତିଥର ଧଇଁ ସଇଁ ହେଲା ପରେ

ତଥାପି ଦୁଃଖରେ କେବେ ମନ ଭାଙ୍ଗିନି। 


ବର୍ଷା ହେଲେ ଟାଣି ନିଏ ଗାଁ ମୁଣ୍ଡ ନଈ ମୋତେ

ଗୋହିରୀରେ ଧାଇଁଛି ମୁଁ ହୋଇ ଅମୁହାଁ,

ଖସଡ଼ାରେ ପାଦ ମୋର ଖସୁ ଯେତେଥର ପଛେ

ଢେଉ ଭରା ନଦୀ ମୋତେ କରେ କିମିଆଁ। 


ଗାଆଁ କୂଅ ଜଳସ୍ତର ଫୁଲି ଉଠେ ଆକାଶକୁ ଚାହିଁ

ମୁଁହ ଦିଶେ ହାତ ପାହାନ୍ତା ଚହଲା ପାଣିରେ,

ଚଳ ଚଞ୍ଚଳ ହୁଏ ତା ଚାନ୍ଦିନୀ ସଖୀଙ୍କ ଭିଡ଼ରେ

ହଜି ଯାଇଥିବା ଆସରର ସୁଖ ଅବିଳମ୍ବେ ଫେରେ। 

ଭାସି ଆସେ ଭେଳା ଭେଳା ଦଳ କେଉଁଆଡ଼ୁ

ଫୁଲିଉଠେ ନଦୀଗର୍ଭ ସୁଅ ତା ପ୍ରଖର,

ବାଉଁଶ ବଣ ଛାଇରେ ମୁଗ୍ଧ ହେଉଥାଏ ଦେଖି

ଆକାଶ ପୃଥିବୀ ଯେହ୍ନେ ଦିଶେ ଏକାକାର। 


କଦଳୀ ଗଛରୁ ପଡ଼େ ଟପ୍ ଟାପ୍ ଜଳ ସଶବ୍ଦରେ

ମାଟିରୁ ଆକାଶ ଯାଏଁ ଓଦା ଜଡ଼ସଡ,

ଜଳଧାର ଛୁଟୁଥାଏ ଦାଣ୍ଡଠାରୁ ନଦୀପଠା ଯାଏଁ

ମାଟି ଓ ପବନ ହୁଏ ନିମିଷେ ନିର୍ମଳ। 


ସାଙ୍ଗ ମେଳେ ଜମେ ଆସର ବର୍ଷା ଗଲେ ଛାଡ଼ି

ମାଟିର ବାସ୍ନାରେ ହୁଏ ଚିତ୍ତ ବିଭୋର,

ସେ ସବୁ ମଧୁର ସ୍ମୃତି ହୃଦେ ଜାଗି ଉଠେ ଯେବେ

ବିନା ମେଘେ ଭିଜି ଭିଜି ହୁଏ ସ୍ଥବିର। 


Rate this content
Log in

Similar oriya poem from Abstract