Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Classics

4  

Niranjan Mishra

Classics

ହସେରେ ନନ୍ଦ କୋଳେ ଗୋବିନ୍ଦ

ହସେରେ ନନ୍ଦ କୋଳେ ଗୋବିନ୍ଦ

1 min
290


ହସେରେ ନନ୍ଦ କୋଳେ ଗୋବିନ୍ଦ

ଉଇଁଅଛି ଆଜି ଦେଖ ପୁନେଇଁର ଚାନ୍ଦ

ନନ୍ଦ କୋଳେ ଗୋବିନ୍ଦ

ହସେରେ ନନ୍ଦ କୋଳେ ଗୋବିନ୍ଦ ।


କୋଟି କାମ ଜିଣି ଶୋହେ ଅପରୂପ ରୂପ

ଆଖି ଲାଖି ଯାଏ ମୋର ଦେଖିଲେ ସେ ରୂପ

ନନ୍ଦ କୋଳେ ଗୋବିନ୍ଦ

ହସେରେ ନନ୍ଦ କୋଳେ ଗୋବିନ୍ଦ ।


ମସ୍ତକରେ କେକୀ ପୁଚ୍ଛ କପାଳେ ତିଳକ

ପୀତ ବସନିଆ କେତେ ଦେଖାଏ ଛଟକ

ନନ୍ଦ କୋଳେ ଗୋବିନ୍ଦ

ହସେରେ ନନ୍ଦ କୋଳେ ଗୋବିନ୍ଦ ।


ଆକାଶେ ପୁନେଇଁ ଚାନ୍ଦ ଦେଖାଇଲେ ନନ୍ଦ

କିରି କିରି ହସ ହସି ଦେଖନ୍ତି ଗୋବିନ୍ଦ

ନନ୍ଦ କୋଳେ ଗୋବିନ୍ଦ

ହସେରେ ନନ୍ଦ କୋଳେ ଗୋବିନ୍ଦ ।


ଚନ୍ଦ୍ର ଉଦିଆ ମୁଖଟି ନିନ୍ଦୁଛି ଚନ୍ଦ୍ରକୁ

ହାତରେ ମୂରଲୀ ଧରି ଚୁମନ୍ତି ତାହାକୁ

ନନ୍ଦ କୋଳେ ଗୋବିନ୍ଦ

ହସେରେ ନନ୍ଦ କୋଳେ ଗୋବିନ୍ଦ ।


କୋଟି ନିଧି ପରାପତ ହୋଇଛି ନନ୍ଦକୁ

କୋଳରେ ଧରିଛି ଆଜି ବାଳ ଗୋବିନ୍ଦଙ୍କୁ

ନନ୍ଦ କୋଳେ ଗୋବିନ୍ଦ

ହସେରେ ନନ୍ଦ କୋଳେ ଗୋବିନ୍ଦ ।


ସଂସାର ଯା କୋଳେ ଖେଳେ ସେଇ ବାଳ ପୁଅ

ନନ୍ଦ କୋଳେ ଖେଳା ଲୀଳା କରେ ଅହରହ

ନନ୍ଦ କୋଳେ ଗୋବିନ୍ଦ

ହସେରେ ନନ୍ଦ କୋଳେ ଗୋବିନ୍ଦ ।


ମନ ମୀନ ମୋର ଯାଇ ରହିଛି ତା ପାଶେ

ମୁଁ ତାର ସେ ମୋର ଏଇ ଭରସା ଦିଏ ସେ

ନନ୍ଦ କୋଳେ ଗୋବିନ୍ଦ

ହସେରେ ନନ୍ଦ କୋଳେ ଗୋବିନ୍ଦ ।


Rate this content
Log in