ମରୁ ମରୀଚିକା
ମରୁ ମରୀଚିକା
ସ୍ବପ୍ନ ନଗରୀରେ ଚାକଚକ୍ଯ ବସ୍ତୁ
ସବୁ ମୁକ୍ତା ଭଳି ଲାଗେ,
ପଥହରା ହୋଇ ଭାବନ୍ତି ପଥିକ
ପଥ ଛାଡି ଅନୁରାଗେ ।
ଚମକୀଲା ବସ୍ତୁ ସବୁ ସୁନା ନୁହେଁ
ଜାଣନ୍ତି ଅଳ୍ପେ ବହୁତେ,
ତଥାପି ମନୁଷ୍ୟ ଲୋଭାଗ୍ରସ୍ତ ହୋଇ
ଧାଏଁ ମରୀଚିକା ପଥେ।
ମରୀଚିକା ସନ୍ତରଣ ଦୁଃଖ କାରଣ
ଏ କଥା କି ଭାବେ ମନ,
ଆଣ୍ଠୁ ଗଣ୍ଠି ଛିଣ୍ତି ରକ୍ତାକ୍ତ ହୋଇ ବା
ଶେଷରେ ଏ ପରିଣାମ ।
ବାସ୍ତବିକତାକୁ ଭୁଲିଯାଆନ୍ତି ଯେ
ଅବାସ୍ତବ ମୋହେ ପଡି,
ଆସକ୍ତିର ବଶେ ହୁଡି ବସନ୍ତି ସେ
ସ୍ବଧର୍ମରେ ପଡେ ବାଡି ।
ଅବିବେକିପଣେ ସ୍ବତଃ ଉପାର୍ଜନେ
ସାର୍ଥକ ଜୀବନ ତୁଲେ,
ବିବେକ ଖଟାଇ ଅଗ୍ରସର ହେଲେ
ପ୍ରମାଦ ନ ପଡେ ଭଲେ ।